10th Class Geography(ଭୂଗୋଳ) - Chapter 9 ଜଳବାୟୁ ଜନିତ ବିପତ୍ତି ଓ ପରିବହନ (Climate-related Disasters and Transportation) All Question With Answer

↓ Question & Answer ↓

୧। ସଂକ୍ଷିପ୍ତ ଉତ୍ତର ଦିଅ :

(କ) ପ୍ରାକୃତିକ ବିପତ୍ତିକହିଲେ କ'ଣ ବୁଝାଏ ?
ଉ-: ବହୁତ କ୍ଷତିର ସମ୍ଭାବନା ଥୁବା ବିପଦପୂର୍ଣ୍ଣ ଅବସ୍ଥା ଯାହା ପ୍ରକୃତି ସୃଷ୍ଟ ତାହାକୁ ପ୍ରାକୃତିକ ବିପତ୍ତି କୁହାଯାଏ ।
ପାଣିପାଗଜନିତ ବିତ୍ପାତ, ଭୂସ୍ଫଳନ, ଭୂଚଳନ, ଅଗ୍ନି ଉଦ୍ଗିରଣ, ଜୀବବିଜ୍ଞାନଗତ ତଥା ଖଗୋଳୀୟ କାରଣରୁ
ହେଉଥୁବା ବିପଦପୂର୍ଣ୍ଣ ଅବସ୍ଥା ଏହାର ଅନ୍ତର୍ଗତ ।


(ଖ) ଉପକୂଳ ବନ୍ୟା ସୃଷ୍ଟିର କାରଣ କ'ଣ ?
ଉ- ଉଚ୍ଚ ଜୁଆର ସମୟରେ ଅଧିକ ବେଗରେ ପବନ ବହିବା ବା ଝଡ଼ବାତ୍ୟା ଯୋଗୁଁ ସାମୁଦ୍ରିକ ଢେଉ ଉପକୂଳ
ଅଞ୍ଚଳକୁ ମାଡ଼ି ଆସିବା ଏବଂ ଉପକୂଳ ଅଞ୍ଚଳରେ, ଅନୁଜ ଭୂମି ଅଞ୍ଚଳରେ ଜଳ ପ୍ରତିରୋଧୀ ବ୍ୟବସ୍ଥା ନ
ଥୁବା ଉପକୂଳ ବନ୍ଯା ସୃଷ୍ଟିର କାରଣ ଅଟେ ।


(ଗ) ବନ୍ୟାର କି' ପ୍ରଭାବ ରହିଛି ?
ଉ- ବନ୍ୟା ଯୋଗୁ ବହୁ ସ୍ଥାନରେ ସଡ଼କ ଓ ରେଳପଥ କ୍ଷତିଗ୍ରସ୍ତ ହୋଇଥାଏ ଏବଂ ଗମନାଗମନ ବିଚ୍ଛିନ୍ନ ହୁଏ । `
ବିଦ୍ଯୁତ୍‌ ସରବର।ହ ବାଧାପ୍ରାପ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୁଏ । ଫସଲହାନି, ପଶୁସମ୍ପଦ କ୍ଷତିଗ୍ରସ୍ତ
ହୁଏ, ରନ୍ଧାଖାଦ୍ୟ ଓ ପାନୀୟ ଜଳର ଉତ୍କଟ ଅଭ।ବ, କାମଳ, ହଇଜା, ମହାମାରୀ ଆଦି ରୋଗ,
ସାପକାମୁଡ଼ାଜନିତ ମୃତ୍ଯୁ ଆଦି ହୋଇଥାଏ । ଲୋକମାନଙ୍କର ଆର୍ଥକ ସ୍ଥିତି ସମ୍ପୂର୍ଣ୍ଣଭାବେ ଦୋହଲିଯାଏ ।


(ଘ) ଝଡ଼ତୋଫାନ କ'ଣ ?
ଉ- ଝଡ଼ତୋଫାନ ହେଉଛି ବାୟୁମଣ୍ଡଳର ଏକ ଅଶାନ୍ତ ଅବସ୍ଥା ଯଦ୍ଦ୍ଵାରା ଭୂପୃଷ୍ଠ ପାଗ ପୀଡ଼ାଦାୟକ ହୋଇଥାଏ ।
ଏହାଯୋଗୁଁ ପ୍ରବଳ ବେଗଗାମୀ ପବନ, କୁଆପଥର ବୃଷ୍ଟି, ବିଜୁଳି, ଘଡ଼ଘଡ଼ି ଓ ପ୍ରଚୁର ବୃଷ୍ଟିପାତ ହୋଇଥାଏ ।
ମରୁଅଞ୍ଚଳରେ ମୁଖ୍ୟତଃ ବାଲିଝଡ଼ ହୋଇଥାଏ ।


(ଙ) ଝଡ଼ତୋଫାନବେଳେ ଘର ବାହାରେ ଥୁଲେ କି' ସୁରକ୍ଷା ଗ୍ରହଣ କରିବ ?
ଉ- ଝେଡ଼ତୋଫାନବେଳେ ଘର ବାହାରେ ଥୁଲେ ନିମ୍ନଲିଖିତ ସୁରକ୍ଷା ଗ୍ରହଣ କରିବା ଆବଶ୍ୟକ ।
(i ) ଝଡ଼ ଆସିବା ପୂର୍ବରୁ ଏକ ନିବୁଜ କୋଠରି ମଧ୍ୟରେ ଆଶ୍ରୟ ନେବା ।
(ii ) ଆଶ୍ରୟସ୍ଥଳ ନ ଥ୍‌ଲେ କୌଣସି ଗଛମୂଳରେ ରହିବା ନାହିଁ । ଗଛର ଉଚ୍ଚତାଠାରୁ ଦୁଇଗୁଣ ଦୂର
ଖୋଲାଜାଗାକୁ ଚାଲି ଯିବା ।
(iii) ଘାସପଡ଼ିଆରେ ଦୁଇ ହାତରେ ବେକକୁ ଧରି ମୁହଁ ଭୂଇଁ ଆଡ଼କୁ ରଖୁ ବସିଯିବା ।
(iv ) କୌଣସି ଧାତବ ଜିନିଷ, ଯଥା- କୋଡ଼ି, କୋଦାଳ, ଲୁହାବେଣ୍ଟ ଛତା ବା ଧାତୁ ନିର୍ମିତ ମୁଦି, ଚୁଡ଼ି
ଆଦିଠାରୁ ଦୂରରେ ରହିବା ।
(v ) ପାଣି ଭିତରେ ରହିବା ନାହିଁ, ବେଳାଭୂମିକୁ ଯିବା ନାହିଁ, ଡଙ୍ଗା ବ୍ୟବହାର କରବା ନାହିଁ ଏବଂ
କାଦୁଅ ମାଟିରେ ମଧ୍ଯ ଠିଆ ହେବା ନାହିଁ ।
(vi ) ସାଇକେଲ୍‌ ବା ମୋଟର ବାଇକ୍‌ ଚଳାଇବା ନାହିଁ ।


(ଚ) କୁଆପଥର କିପରି ସୃଷ୍ଟି ହୁଏ ?
ଉ- ଉର୍ଦ୍ଧ୍ଵଗାମୀଉଷ୍ଣବାୟୁ ବାୟୁମଣ୍ଡଳରେ କ୍ରମଶଃ ଶୀତଳ ହେଲେ ସେଥିରେ ଥିବା ଜଳକଣା ବିଯୁକ୍ତ ତାପମାତ୍ରାରେ
ଘନୀଭୂତ ହୁଏ ଓ ଜଳୀୟ ଅବସ୍ଥାରୁ କଠିନ ଅବସ୍ଥା ପ୍ରାପ୍ତ ହୋଇ କୁଆପଥର ସୃଷ୍ଟି ହୁଏ ।


(ଛ) କୁଆପଥର ବୃଷ୍ଟି ସାଧାରଣ ଭାବେ କେବେ ହୋଇଥାଏ ?
ଉ- ଭାରତରେ କୁଆପଥର ବୃଷ୍ଟି ସାଧାରଣ ଭାବେ ଗ୍ରୀଷ୍ମକାଳ ଅପରାହ୍ନରେ ହୋଇଥାଏ ।


(ଜ) ବିଜୁଳି ସୃଷ୍ଟିର କାରଣ କ'ଣ ?
ଉ- କୃଷ୍ଣପୁଞ୍ଜ ମେଘ ଅନ୍ତର୍ଗତ ବିଯୁକ୍ତାତ୍ମକ ଚାର୍ଚର ଗତିଶୀଳତା ଏବଂ ଯୁକ୍ତାତ୍ମକ ଚାର୍ଜ ସହିତ ଏହାର ମିଳନ
ବିଜୁଳି ସୃଷ୍ଟିର କାରଣ ଅଟେ । ପ୍ରକୃତପକ୍ଷେ ବିଯୁକ୍ତାତ୍ମକ ଚାର୍ଜର ଗତିଶୀଳତା ହିଁ ବିଜୁଳି ସୃଷ୍ଟିର କାରଣ
ଅଟେ ।


(ଝ) ଘଡ଼ଘଡ଼ିର କି' ପ୍ରଭାବ ରହିଛି ?
ଉ- ଘଡ଼ଘଡ଼ିଜନିତ ପ୍ରଚଣ୍ଡ ଶବ୍ଦ ଯୋଗୁଁ କେତେକ ବ୍ୟକ୍ତି ସବୁଦିନ ପାଇଁ ବା ଅଳ୍ପ ସମୟ ପାଇଁ କାଲ ହୋଇଯାନ୍ତି ।
କେତେକଙ୍କର ହୃଦ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇ ମୃତ୍ୟୁ ହୋଇଥାଏ । ଘଡ଼ଘଡ଼ିର ବିସ୍ଫୋରଣାତ୍ମକ ସଂପ୍ରସାରିତ
ବାୟୁଚାପ ପ୍ରଭାବରେ ବଡ଼ ବଡ଼ ଗଛ ଫାଳ ଫାଳ ହୋଇ ଫାଟିଯାଏ ।


(ଞ) ଓଡ଼ିଶାରେ କେବେ ଓ କେଉଁଠି ଘୁର୍ଣ୍ଣିବ।ତ୍ୟା ହୋଇଥିଲା?
ଉ- ଓଡ଼ିଶାରେ ଅପ୍ରେଲ ୧୬, ୧୯୭୮ରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପୁରୁଣା ବାନ୍ଧଗୋଡ଼ା ଗ୍ରାମରେ ଘୁର୍ଣ୍ଣିବାତ୍ୟା
ହୋଇଥିଲା |


(ଟ) ଝଡ଼ ନିକଟ ହେଉଥୁବା ସମୟରେ କି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବ ?
ଉ- ଝଡ଼ ନିକଟ ହେଉଥୁବା ସମୟରେ ଖାଲିଦେହରେ ନ ରହି ପୋଷାକ ଓ ଚପଲ / ଜୋତା ପିନ୍ଧିବା । ଘରର
ବିଦ୍ୟୁତ୍‌ ମୁଖ୍ୟ ସୁଇଚ୍‌ ବନ୍ଦ କରିଦେବା ଏବଂ ଗ୍ୟାସ୍‌ ଓ ପାଣିକଳ ବନ୍ଦ କରି ଦେବା । ଆଶ୍ରୟ ପାଇଁ ଦୂର
ଜାଗାକୁ ଯିବାକୁ ପଡୁଥିଲେ ସମସ୍ତ ମୂଲ୍ୟବାନ ପଦାର୍ଥ, ଗୃହପାଳିତ ପଶୁ ଓ ପ୍ରସ୍ତୃତ ଥୁବା ଜରୁରୀକାଳୀନ
ବ୍ୟାଗ୍‌ ଓ ଅନ୍ୟାନ୍ୟ ଅତ୍ଯାବଶ୍ଯକ ବସ୍ତୁଗୁଡ଼ିକୁ ନେଇ ଶୀଘ୍ର ବାହାରିଯିବା ।


(୦) ଘୂର୍ଣ୍ଣିବାତ୍ୟାର ପ୍ରାକ୍‌ ସୂଚନା କିପରି ମିଳିଥାଏ ?
ଉ- ଅଧିକ ବାୟୁ ତାପମାତ୍ରା ସହ ପୁଞ୍ଜ ମେଘ ସୃଷ୍ଟି ଏବଂ ଶୀଘ୍ର ଏହା କୃଷ୍ଣପୁଞ୍ଜା ମେଘରେ ପରିଣତ ହେବା,
ଘନୀଭୂତ ମେଘ ଗୋଷ୍ଠୀଗତ ଭାବେ ଘୂର୍ଣ୍ଣାୟମାନ ଭାବରେ ଗତି କରିବା, ଆକାଶ ପାଣ୍ଡୁବର୍ଣ୍ଣ ହେବା ଓ
ମଝିରେ ମଝିରେ ନୀଳ ଆକାଶ ଦେଖାଯିବା, ବେଳେବେଳେ କୁଆପଥର ବୃଷ୍ଟିହେବା, ପବନ ପ୍ରଚଣ୍ଡ
ଗର୍ଜନ କରିବା ଆଦିରୁ ଘୂର୍ଣ୍ଣି ବାତ୍ୟାର ପ୍ରାକ୍‌ ସୂଚନା ମିଳିଥାଏ ।


(ଡ) କ୍ରାନ୍ତୀୟ ବାତାବର୍ତ୍ତସୃଷ୍ଟି ପାଇଁ କେଉଁ ଅନୁକୂଳ ଅବସ୍ଥା ଆବଶ୍ୟକ ?
ଉ-କ୍ରାନ୍ତୀୟ ବାତାବର୍ତ୍ତ ସୃଷ୍ଟି ପାଇଁ ସମୁଦ୍ର ଜଳପୃଷ୍ଠର ତାପମାତ୍ରା ୨୭° ସେଲସିୟସ୍‌ ବା ତଦୂର୍ଦ୍ଧ୍ୱ ରହିବା
ଆବଶ୍ୟକ । ପବନକୁ ଘୂରେଇବା ପାଇଁ କୋରିଓଲିସ୍‌ ବଳର ଆବଶ୍ୟକତା ଥାଏ । ଜଳ ପୃଷ୍ଠସ୍ଥ ଲଘୁଚାପ
କେନ୍ଦ୍ରର ଉପରକୁ ଟ୍ରପୋସ୍ତିୟରର ଉପର ଅଂଶରେ ଗୁରୁଚାପ କେନ୍ଦ୍ର ରହିଲେ ଲଘୁଚାପ ଘନୀଭୂତ ହୁଏ ।


(ଢ) ବାତ୍ୟା ରତୁ କହିଲେ କ'ଣ ବୁଝାଏ ?
ଉ- ଯେଉଁ ସମୟ ମଧ୍ୟରେ ବାତ୍ୟା ହୁଏ ତାହାକୁ ବାତ୍ଯା ରତୁ କୁହାଯାଏ । ସାଧାରଣତଃ ଏପ୍ରିଲ୍‌ରୁ ମଇ ମାସ
ଏବଂ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ଯସ୍ଥ ସମୟକୁ ବାତ୍ୟା ରତୁ କୁହାଯାଏ ।


(ଣ) ବାତ୍ଯା ପରେ ପରେ କି ପଦକ୍ଷେପ ନେବା ଆବଶ୍ଯକ ?
ଉ- ବାତ୍ୟା ପରେ ସରକାରୀ ଘୋଷଣା ନ ମିଳିବା ପର୍ଯ୍ୟନ୍ତ ବାହାରକୁ ଯିବା ନାହିଁ । ଗ୍ୟାସ୍‌ ଲିକ୍‌ ହୋଇଛି କି
ନାହିଁ ପରୀକ୍ଷା କରିନେବା । ଓଦା ହୋଇଥୁବା ବିଦ୍ଯୁତ୍‌ ସରଞ୍ଜାମ ବ୍ୟବହାର କରିବା ନାହିଁ । ଛିଣ୍ଡି ପଡ଼ିଥୁବା
ବିଦ୍ୟୁତ୍‌ ତାର ପ୍ରତି ସତର୍କ ରହିବା । ସାପକାମୁଡ଼ାକୁ ସାବଧାନ ଥିବା ଓ ପାଖରେ ଖଣ୍ଡେ ବାଡ଼ି ବା ବାଉଁଶ
ରଖିବା । ସରକାରୀ ନିର୍ଦ୍ଦେଶନାମା ପରେ ହିଁ ଆଶ୍ରୟସ୍ଥଳ ଛାଡ଼ିବା ।


(ତ) ଅଂଶୁଘାତ କ'ଣ ?
ଉ- କେତେକ ନିର୍ଦ୍ଦିଷ୍ଟ ସମୟରେ ହାରାହାରି ସର୍ବେ।ଚ୍ଚ ତାପମାତ୍ରା ବିଶେଷଭ।ବେ ବୃଦ୍ଧି ପାଇ ଜୀବନହାନି
ହେଲେ ତାହାକୁ ଅଂଶୁଘାତ କୁହାଯାଏ ।


(ଥ) ଅଂଶୁଘାତ କେଉଁ ଲୋକମାନଙ୍କୁ ବିଶେଷଭାବେ ପ୍ରଭାବିତ କରେ ?
ଉ- ଅଂଶୁଘାତ ଅତ୍ଯନ୍ତ ଦରିଦ୍ର ତଥା ଗୃହହୀନ ବ୍ଯକ୍ତି, ବୃଦ୍ଧବୃଦ୍ଧା, ଛୋଟ ପିଲା, ପୀଡ଼ିତାବସ୍ଥାରେ ଥିବା ଲୋକ
ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କୁ ବିଶେଷ ପ୍ରଭାବିତ କରେ ।


(ଦ) ପାଗଜନିତ ମରୁଡ଼ି କ'ଣ ?
ଉ- କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେହି ଅଞ୍ଚଳର ହାରାହାରି ବୃଷ୍ଟିପାତ (ବିଗତ ୫୦ ବର୍ଷର ବୃଷ୍ଟିପାତ
ହିସାବରେ ) ଠାରୁ ଶତକଡ଼ା ୨୫ ଭାଗ ବା ତା'ଠାରୁ ଅଧିକ ଭାଗ କମ୍‌ ବୃଷ୍ଟିପାତ ହେଲେ ତାକୁ ପାଗଜନିତ
ମରୁଡ଼ି କୁହାଯାଏ ।


(ଧ ) ମରୁଡ଼ିର ପୂର୍ବାନୁମାନ କରିବା କାହିଁକି କଷ୍ଟକର ?
ଉ- ସାଧାରଣତଃ ସମଗ୍ର ଦେଶରେ ଏକ ସମୟରେ ମରୁଡ଼ି ଦେଖା ନ ଯାଇ ଅଞ୍ଚଳ ଭିତ୍ତିରେ ଦେଖାଯାଉଥିବାରୁ
ଏହାର ପୂର୍ବାନୁମାନ କରିବା କଷ୍ଟକର ।


(ନ) ମରୁଡ଼ି ସମୟରେ ଲୋକଙ୍କ ଆର୍ଥକ ସୁରକ୍ଷା ପାଇଁ କି ପଦକ୍ଷେପ ଆବଶ୍ୟକ ?
ଉ- ମରୁଡ଼ି ସମୟରେ ଲୋକଙ୍କ ଆର୍ଥକ ସୁରକ୍ଷା ପାଇଁ ସ୍ଥାନୀୟ ଜଳ ଅମଳ ଉପାୟମଗୁଡ଼ିକୁ ପ୍ରୋତ୍ସାହିତ କରିବା,
ଜଳଛାୟା ପ୍ରକଳ୍ପର ବିକାଶକରିବା, ମରୁଡ଼ି ପରିସ୍ଥିତି ରେ ବଢ଼ିପାରୁଥିବା ଶସ୍ଯ ବୁଣିବା, ବୃକ୍ଷଲତାଦିର
ସୁରକ୍ଷାକରିବା, ଗୋରୁଗାଈଚରିବା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଓ କୃଷି ବ୍ୟତୀତ ଅନ୍ୟାନ୍ୟ କାମଧନ୍ଦାମାନ
ଆରମ୍ଭ କରାଯିବା ଦରକାର ।


(ପ) କେଉଁ ଜିଲ୍ଲାଗୁଡ଼ିକ ଓଡ଼ିଶାର ମରୁଡ଼ିପ୍ରବଣ ଅଞ୍ଚଳ ?
ଉ- ଓଡ଼ିଶାର କଳାହାଣ୍ଡି, ନୂଆପଡ଼ା, କୋର।ପୁଟ, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାଗୁଡ଼ିକ
ମରୁଡ଼ିପ୍ରବଣ ଅଟେ ।

BSE Odisha 10th Class Geography(ଭୂଗୋଳ) Detailed Text:

Chapter 1 ସମ୍ବଳ (ପ୍ରଥମ ପାଠ -ସମ୍ବଳ ଓ ତାହାର ବିକାଶ )
Chapter 1 ସମ୍ବଳ (ଦ୍ଵିତୀୟ ପାଠ -ଭୂ-ସମ୍ବଳ)
Chapter 1 ସମ୍ବଳ (ତୃତୀୟ ପାଠ - ମୂର୍ତ୍ତିକା -ସମ୍ବଳ)
Chapter 2 ଜୈବ ସମ୍ବଳ (ପ୍ରଥମ ପାଠ -ଅରଣ୍ୟ ସମ୍ବଳ )
Chapter 2 ଜୈବ ସମ୍ବଳ (ଦ୍ୱିତୀୟ ପାଠ -ବନ୍ୟପ୍ରାଣୀ ସମ୍ବଳ )
Chapter 3 ଜଳ ସମ୍ବଳ
Chapter 4 ଖଣିଜ ସମ୍ବଳ
Chapter 4 ଶକ୍ତି ସମ୍ବଳ
Chapter 6 କୃଷି
Chapter 7 ବିନିର୍ମାଣ ଉଦ୍ୟୋଗ
Chapter 8 ପରିବହନ ,ଯୋଗାଯୋଗ ଏବଂ ବାଣିଜ୍ୟ
ଆର୍ଥନୀତିକ ବିକାଶ (Economic Development)