10th Class Geography(ଭୂଗୋଳ) - Chapter 7 ବିନିର୍ମାଣ ଉଦ୍ୟୋଗ All Question With Answer

↓ Question & Answer ↓

1. ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଚାରୋଟି ଲେଖାଁଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛି ଲେଖ ।

(a) ବକ୍ସାଇଟ୍ କେଉଁ ଉଦ୍ୟୋଗର କଞ୍ଚାମାଲରୂପେ ବ୍ୟବହୃତ ହୁଏ ?
(i) ଲୁହା (ii) ଆଲୁମିନିୟମ୍ (iii) ତମ୍ବା (iv) ଶିଳ୍ପ


(b) କେଉଁ ସଂସ୍ଥାଟି ଲୌହଇସ୍ପାତ ଉତ୍ପାଦନ ସହ ସମ୍ପୃକ୍ତ ?
(i) SAIL (ii) NALCO (iii) OIL (iv) BALCO


(c) କେଉଁଟି ଏକ ରାଷ୍ଟ୍ରାୟତ୍ତ ସଂସ୍ଥା ନୁହେଁ ?
(i) SAIL (ii) TISCO (iii) NALCO (iv) IDCO


(d) କେଉଁ ସ୍ଥାନରେ ଯାତ୍ରୀବାହୀ ରେଳଡ଼ବା ତିଆରି ହୁଏ ?
(i) କପୁରଥାଲା (ii) ବାରାଣାସୀ (iii) ପେରାମ୍ବୁର (iv) କୋଲକାତା


(e) ମହେନ୍ଦ୍ରା ଓ ମହେନ୍ଦ୍ରା କାରଖାନା କେଉଁ ପ୍ରକାର ଯାନ ନିର୍ମାଣ କରିଥାଏ ?
(i) ଦୁଇଚକିଆ (ii) ତିନିଚକିଆ (iii) ଚାରିଚକିଆ (iv) ଆଠଚକିଆ


(f) କେଉଁ ଶିଳ୍ପରେ ମଜୁରୀଭୋଗୀ ଶ୍ରମିକ ନଥାନ୍ତି ?
(i) କ୍ଷୁଦ୍ରଶିଳ୍ପ (ii) କୁଟୀରଶିଳ୍ପ (iii) ମୌଳିକ ଶିଳ୍ପ (iv) ଖାଉଟି ଶିଳ୍ପ


ଉତ୍ତର
(a) (ii) ଆଲୁମିନିୟମ୍ (b) (i) SAIL (c) (ii) TISCO (d) (iii) ପେରାମ୍ବୁର(e) (iii) ଚାରିଚକିଆ (f) (ii) କୁଟୀର ଶିଳ୍ପ

(i) IISCO (ii) SAIL (iii) TISCO (iv) NALCO (v) MNC
ଉ -
(i) IISCO - Indian Iron and Steel Company
(ii) SAIL – Steel Authority of India Limited
(iii) TISCO - Tata Iron and Steel Company
(iv) NALCO National Aluminium Company
(v) MNC - Multi-National Company

(a) ବିନିର୍ମାଣ ଉଦ୍ୟୋଗ କହିଲେ କ’ଣ ବୁଝାଯାଏ ?
ଉ– (i) ହାତହତିଆର (Tools) ବା ଯନ୍ତ୍ର ବ୍ୟବହାର କରି ପ୍ରାଥମିକ ସମ୍ବଳଗୁଡ଼ିକରୁ ପ୍ରକ୍ରିୟାକରଣ ମାଧ୍ଯମରେ ବିଭିନ୍ନ ପକାର ଦ୍ରବ୍ୟ ବା ମାଲ ବହଳ ପରିମାଣରେ ଉତ୍ପାଦନ କରିବାକୁ ‘ବିନିର୍ମାଣ’ କୁହାଯାଏ ।
(ii) ସୁତରାଂ ବିନିର୍ମାଣ ଉଦ୍ୟୋଗ କହିଲେ ଶିଳ୍ପକ୍ଷେତ୍ରରେ ଯନ୍ତ୍ରାଦି ବ୍ୟବହାରଦ୍ଵାରା ଅନେକ ପ୍ରକାର ଦ୍ରବ୍ୟ ବହୁଳ ପରିମାଣରେ ଉତ୍ପାଦନ କରିବାକୁ ବୁଝାଏ ।


(b) ପ୍ରାଥମିକ ଉତ୍ପାଦ କ’ଣ ? ଏହାର ଉଦାହରଣ ଦିଅ ‌।
ଉ – ଯେଉଁ ଦ୍ରବ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବରେ ପ୍ରକୃତିରୁ ମିଳିଥାଏ, ସେଗୁଡ଼ିକୁ ପ୍ରାଥମିକ ଉତ୍ପାଦ କୁହାଯାଏ ।
ଉଦାହରଣ :
(i) ଖାଦ୍ୟଶସ୍ୟ, ଫଳ, ଫୁଲ, ଶାକସବ୍‌ଜି ମାଟିରୁ ମିଳିଥାଏ ।
(ii) କାଠ, ଔଷଧୀୟ ଗଛ, ଅଠା, ଲାଖ ଆଦି ଜଙ୍ଗଲରୁ ମିଳେ ।
(iii) ଭୂ-ଅଭ୍ୟନ୍ତରରୁ ମିଳୁଥିବା ମନୁଷ୍ୟର ବ୍ୟବହାର ଉପଯୋଗୀ ବିଭିନ୍ନ ଖଣିଜ ପଦାର୍ଥ ।


(c) ମୌଳିକ ଶିଳ୍ପ କ'ଣ ? ଏହାର ଏକ ତାଲିକା ପ୍ରସ୍ତୁତ କର ।
ଉ – (i) ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ, ତାହାକୁ ମୌଳିକ ଶିଳ୍ପ କୁହାଯାଏ ।
ଉଦାହରଣ : ଲୌହଇସ୍ପାତ ଶିଳ୍ପ । ଏହି ଶିଳ୍ପରୁ ଉତ୍ପାଦିତ ଲୌହଇସ୍ପାତ ମେସିନ୍ ବା କଳକବ୍‌ଜା ଉତ୍ପାଦନ ଶିଳ୍ପର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ ।
(ii) ଝାଡ଼ଖଣ୍ଡର ରାଞ୍ଚୁଠାରେ ସ୍ଥାପିତ ଭାରୀ ଇଞ୍ଜିନିୟରିଂ ନିଗମ, ଭୋପାଳ ଓ ହରିଦ୍ଵାରରେ ସ୍ଥାପିତ BHEL ମୌଳିକ ଶିଳ୍ପ ପର୍ଯ୍ୟାୟଭୁକ୍ତ ।

(d) ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାକୃତିକ ଉପାଦାନଗୁଡ଼ିକ କ'ଣ ?
ଉ- (i) ଶିଳ୍ପ ପ୍ରତିଷ୍ଠା ପାଇଁ ଯେତେଗୁଡ଼ିଏ ଉପାଦାନ ବା କାରକ ମୁଖ୍ୟ ଭୂମିକା ଗ୍ରହଣ କରିଥା’ନ୍ତି, ସେଗୁଡ଼ିକୁ ପ୍ରାକୃତିକ ଓ ସାଂସ୍କୃତିକ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।
(ii) ଜମି, କଞ୍ଚାମାଲ, ଶକ୍ତି, ଜଳ ଏବଂ ଉପଯୁକ୍ତ ଜଳବାୟୁ ଆଦି ପ୍ରାକୃତିକ ଉପାଦାନର ଅନ୍ତର୍ଭୁକ୍ତ ।


(e) ଯୌଥ ଶିଳ୍ପ କାହାକୁ କୁହାଯାଏ ?
ଉ- (i) ଯେଉଁ ଶିଳ୍ପ ଉଭୟ ସରକାର ( କେନ୍ଦ୍ର କିମ୍ବା ରାଜ୍ୟ ସରକାର ) ଓ ବେସରକାରୀ ସଂସ୍ଥା ବା ପୁଞ୍ଜି ବିନିଯୋଗ କରାଯାଇ ସ୍ଥାପିତ ଓ ପରିଚାଳିତ ହୁଏ, ଶିଳ୍ପକୁ ଯୌଥ ବା ମିଳିତ ଶିଳ୍ପ କୁହାଯାଏ ।
(ii) ଉଦାହରଣ : ମାରୁତି ଉଦ୍ୟୋଗ ଏବଂ ଅଏଲ ଇଣ୍ଡିଆ ।


(f) MNC ବା ବହୁରାଷ୍ଟ୍ରୀୟ କମ୍ପାନୀ କ’ଣ ?
ଉ - (i) ଏକ ଦେଶରେ ଅନ୍ୟ ବିଦେଶୀ ରାଷ୍ଟ୍ରର କମ୍ପାନୀ ବିଦେଶୀ ପୁଞ୍ଜି ଲଗାଇ ଉନ୍ନତ ବୈଷୟିକ ଜ୍ଞାନକୌଶଳଦ୍ୱାରା ଉଚ୍ଚ ମାନର ଉତ୍ପାଦ କମ୍ ଦାମ୍‌ରେ ଉତ୍ପାଦନ କରୁଥିଲେ, ତାହାକୁ MNC ବା ବହୁରାଷ୍ଟ୍ରୀୟ କମ୍ପାନୀ କୁହାଯାଏ ।
(ii) ଏହାଦ୍ଵାରା ଶିଳ୍ପକ୍ଷେତ୍ରରେ ପ୍ରତିଯୋଗିତା ତୀବ୍ର ହେବା ସଙ୍ଗେ ସଙ୍ଗେ ଉପଭୋକ୍ତାମାନେ ଲାଭାନ୍ବିତ ହୋଇଥା’ନ୍ତି ।

(a) ଭାରତର ଅର୍ଥ ବ୍ୟବସ୍ଥାକୁ ଶିଳ୍ପକ୍ଷେତ୍ରର ଅବଦାନ କ’ଣ ?
ଉ- (i) 1951 ମସିହାଠାରୁ ପଞ୍ଚବାର୍ଷିକ ଯୋଜନା ମାଧ୍ଯମରେ ଆରମ୍ଭ ହୋଇଥିବା ପ୍ରୟାସଦ୍ବାରା ଦେଶର ଆଖ୍ଦୃଷ୍ଟିଆ ବିକାଶ ସମ୍ଭବ ହୋଇପାରିଛି । ଖାଉଟି ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ଏଗୁଡ଼ିକୁ ରପ୍ତାନି କରିବାରେ ସମର୍ଥ ହୋଇଛି
(ii) ଶିଳ୍ପକ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁଦୃଢ଼ କରିଛି ଏବଂ ଦେଶର ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ।
(iii) ଶକ୍ତି, ପରିବହନ ଓ ଯୋଗାଯୋଗ ଭଳି ଆଧାରିକ ସଂରଚନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି ଏବଂ ଲୌହଇସ୍ପାତ ଶିଳ୍ପ କ୍ଷେତ୍ରରେ ବିକାଶ ପ୍ରଶଂସନୀୟ ହୋଇଛି ।
(iv) କୃଷିକ୍ଷେତ୍ରର ବଳକା ଶ୍ରମିକ ଶିଳ୍ପ କ୍ଷେତ୍ରରେ ନିୟୋଜିତ ହେବାଦ୍ଵାରା ଉତ୍ପାଦିକା ଶକ୍ତି ବୃଦ୍ଧି ପାଉଛି ।
(v) ଗତ ଦଶନ୍ଧିରେ ଦେଶର ଶିଳ୍ପ ଅଭିବୃଦ୍ଧି 7 ପ୍ରତିଶତ ଥିବାବେଳେ 2003 ମସିହାଠାରୁ ଏହା ୨ରୁ 10 ପ୍ରତିଶତକୁ ବୃଦ୍ଧି ପାଇଛି । ଆଗାମୀ ଦଶନ୍ଧିରେ ଏହା 12 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।


(b) ସ୍ୱତ୍ୱାଧିକାର ଭିଭିରେ ଶିଳ୍ପର ବିଭାଗୀକରଣ କରି ଉଦାହରଣ ଦିଅ ।
ଉ – ସ୍ୱତ୍ୱାଧିକାର ଭିଭିରେ ଶିଳ୍ପକୁ ଚାରିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା –
(i) ରାଷ୍ଟ୍ରାୟତ୍ତ ଶିଳ୍ପ – କୌଣସି ଶିଳ୍ପ ସରକାର ସରକାରୀ ବିଭାଗଦ୍ବାରା ସ୍ଥାପିତ ଓ ପରିଚାଳିତ ହେଉଥିଲେ ତାହାକୁ ସରକାରୀ ବା ରାଷ୍ଟ୍ରାୟତ୍ତ ଶିଳ୍ପ କୁହାଯାଏ । ଉଦାହରଣ– ରାଉରକେଲା ଲୌହଇସ୍ପାତ ଶିଳ୍ପ, ଗୁରୁ ବୈଦ୍ୟୁତିକ କାରଖାନା (BHEL) ।
(ii) ବେସରକାରୀ ଶିଳ୍ପ – ଯେଉଁ ଶିଳ୍ପ କୌଣସି ବ୍ୟକ୍ତି, ପରିବାର କିମ୍ବା ଏକାଧିକ ବ୍ୟକ୍ତି ନିଗମ ଅଧିକାରୀଙ୍କ ମାଲିକାନାରେ ଥାଇ ନିଜସ୍ଵ ପୁଞ୍ଜି ଲଗାଣଦ୍ଵାରା ସ୍ଥାପିତ ଓ ପରିଚାଳିତ ହୋଇଥାଏ, ତାହାକୁ ବେସରକାରୀ ଶିଳ୍ପ କୁହାଯାଏ । ଉଦାହରଣ– ଟାଟା ଲୌହଇସ୍ପାତ କମ୍ପାନୀ, ରିଲାଏନ୍ସ, ବଜାଜ ଅଟୋ ଇତ୍ୟାଦି ।
(iii) ମିଳିତ ବା ଯୌଥ ଶିଳ୍ପ – ଯେଉଁ ଶିଳ୍ପ ଉଭୟ ସରକାର ( କେନ୍ଦ୍ର କିମ୍ବା ରାଜ୍ୟ ସରକାର) ଓ ବେସରକାରୀ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କଦ୍ଵାରା ପୁଞ୍ଜି ବିନିଯୋଗ କରାଯାଇ ସ୍ଥାପିତ ଓ ପରିଚାଳିତ ହୋଇଥାଏ, ତାହାକୁ ମିଳିତ ବା ଯୌଥ ଶିଳ୍ପ କୁହାଯାଏ । ଉଦାହରଣ – ମାରୁତି ଉଦ୍ୟୋଗ ଓ ଅଏଲ ଇଣ୍ଡିଆ ।
(iv) ସମବାୟ ଶିଳ୍ପ – କେତେକ ବ୍ୟକ୍ତିବିଶେଷଙ୍କଦ୍ୱାରା ଗଠିତ ସମବାୟ ସମିତିଦ୍ଵାରା ପରିଚାଳିତ ଶିଳ୍ପକୁ ସମବାୟ ଶିଳ୍ପ କୁହାଯାଏ । ଏହି ଶିଳ୍ପରେ ସ୍ୱତ୍ବାକାର ସାଧାରଣତଃ ଉତ୍ପାଦକ, କଞ୍ଚାମାଲ ଯୋଗାଣକାରୀ ଓ ଶ୍ରମିକଙ୍କ ଉପରେ ମିଳିତ ଭାବରେ ନ୍ୟସ୍ତ ହୋଇଥାଏ । ଉଦାହରଣ : ଗୁଜରାଟର ଅମୁଲ ଦୁଗ୍ଧଜାତ ପଦାର୍ଥ ଶିଳ୍ପ, ମହାରାଷ୍ଟ୍ରର ଚିନି ଶିଳ୍ପ, କେରଳର କଫି ଶିଳ୍ପ, ଲିଜ୍ଜତ ପାପଡ଼ ।


(c) ଶିଳ୍ପଜନିତ ପ୍ରଦୂଷଣ କ’ଣ ? ଏହାକୁ କିପରି ରୋକାଯାଇ ପାରିବ ?
ଉ – ଶିଳ୍ପଜନିତ ପ୍ରଦୂଷଣ : ଶିଳ୍ପଜନିତ ପ୍ରଦୂଷଣଗୁଡ଼ିକ ହେଲା – ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ଭୂମି ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ।
(i) ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଧୂଆଁ, ପାଉଁଶ, କାର୍ବନ୍ ମନୋକ୍‌ସାଇଡ୍, ସଲ୍‌ଫର୍ ଡାଇଅକ୍ସାଇଡ୍ ବାୟୁରେ ମିଶି ବାୟୁ ପ୍ରଦୂଷଣ କରେ ।
(ii) ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ, ତାପଜ ବିଦ୍ୟୁତ୍ କେନ୍ଦ୍ର, ଲୌହଇସ୍ପାତ ଶିଳ୍ପ ଓ ଆଲୁମିନିୟମ୍ ଶିଳ୍ପରୁ ନିର୍ଗତ ପାଉଁଶ ଓ ଧୂଆଁ ବାୟୁମଣ୍ଡଳକୁ ପ୍ରବେଶ କରି ଏହାକୁ ପ୍ରଦୂଷିତ କରୁଛି ।
(iii) କୋଇଲା, ରଙ୍ଗ, ସାବୁନ, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ୍, ରବର, କାଗଜ ଶିଳ୍ପ, ବୟନ ଶିଳ୍ପ, ପେଟ୍ରୋରସାୟନ ଶିଳ୍ପ, ଚମଡ଼ା କାରଖାନାରୁ ବାହାରୁଥିବା ଜୈବ ଓ ଅଜୈବ ତରଳ ବର୍ଜ୍ୟବସ୍ତୁ ଭୂମି, ଜଳ ମୃତ୍ତିକା ଓ ଭୂଗର୍ଭ ଜଳକୁ ପ୍ରଦୂଷଣ କରେ ।
(iv) କାରଖାନାମାନଙ୍କର ଯନ୍ତ୍ରପାତିର ଶବ୍ଦ, ଡିନାମାଇଟ୍ ବିସ୍ଫୋଟ, ଯାନବାହନର ଶବ୍ଦ, କରତ, ବାୟବୀୟ ଖୋଦନ ଆଦି ଶବ୍ଦ ପ୍ରଦୂଷଣ କରିଥାଏ । ଶିଳ୍ପଜନିତ ପ୍ରଦୂଷଣର ନିରାକରଣ :
(i)ଯୋଜନାବଦ୍ଧ ଭାବେ ଶିଳ୍ପ ସ୍ଥାପନ, ଉପଯୁକ୍ତ ଯନ୍ତ୍ରପାତି ଚୟନ ଓ ଚାଳନାଦ୍ୱାରା ଅଧିକାଂଶ ପ୍ରଦୂଷଣ ରୋକାଯାଇ ପାରିବ ।
(ii) ଶିଳ୍ପରେ ଫିଲଟର, ଅବକ୍ଷେପକ ଆଦି ବ୍ୟବହାରଦ୍ଵାରା ପ୍ରଦୂଷଣ ରୋକାଯାଇ ପାରିବ ।
(iii) କଳକାରଖାନାରୁ ବାହାରୁଥିବା କଠିନ ଓ ତରଳ ବର୍ଜ୍ୟବସ୍ତୁଗୁଡ଼ିକୁ ସିଧାସଳଖ ନଈ, ନାଳକୁ ନ ଛାଡ଼ି ତା’ର ଉପଚାର ପରେ ଛାଡ଼ିଲେ ଜଳ ପ୍ରଦୂଷଣ କମ୍ ହେବ ।
(iv) ତରଳ ବର୍ଜ୍ୟବସ୍ତୁଗୁଡ଼ିକୁ ପ୍ରଥମେ ଯାନ୍ତ୍ରିକ, ଦ୍ବିତୀୟରେ ରାସାୟନିକ ଓ ତୃତୀୟରେ ଜୈବ ରାସାୟନିକ ପ୍ରକ୍ରିୟାଦ୍ୱାରା ବିଶୋଧନ କରାଯାଇପାରିବ ।
(v) ଶିଳ୍ପାନୁଷ୍ଠାନମାନଙ୍କରେ କୋଇଲା ପରିବର୍ତ୍ତେ ଖଣିଜ ତୈଳ ଓ ବିଦ୍ୟୁତ୍ ଶକ୍ତି ବ୍ୟବହାରଦ୍ୱାରା ଏବଂ ଯାନବାହନରେ ଜୈବ ଡିଜେଲ କିମ୍ବା ସୌର ରଶକ୍ତି ବ୍ୟବହାରଦ୍ୱାରା ପ୍ରଦୂଷଣକୁ ଏଡ଼ାଇ ଦିଆଯାଇପାରିବ ।
(vi) ମୃତ୍ତିକା ଓ ଭୂମି ପ୍ରଦୂଷଣକୁ ରୋକିବାପାଇଁ କଠିନ ବର୍ଜ୍ୟବସ୍ତୁର ଏକତ୍ରୀକରଣ, ଗର୍ଭପୂରଣ ନିମିତ୍ତ ସେଗୁଡ଼ିକର ବ୍ୟବହାର କିମ୍ବା ପୁନଃଚକ୍ରଣଦ୍ୱାରା ସେଗୁଡ଼ିକର ବ୍ୟବ‌ହାର ଉପରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।


(d) NTPC କିପରି ପ୍ରଦୂଷଣକୁ ନିୟନ୍ତ୍ରଣ କରିପାରିଛି ବୁଝାଅ ।
ଉ - NTPC ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ କେତେକ ବ୍ୟବସ୍ଥା ଗ୍ରହଣ କରିଛି । ସେଗୁଡ଼ିକ ହେଲା –
(i) ଆଧୁନିକ ପଦ୍ଧତିରେ ଯନ୍ତ୍ରାଂଶଗୁଡ଼ିକର ବ୍ୟବହାର ।
(ii) ପାଉଁଶର ଅଧିକ ବ୍ୟବହାରଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ।
(iii) ସବୁଜ ବଳୟ ସୃଷ୍ଟି କରି ପ୍ରାକୃତିକ ଭାରସାମ୍ୟ ରକ୍ଷା ।
(iv) ପୋଖରୀ ସୃଷ୍ଟି କରି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ତଥା ପାଉଁଶମିଶ୍ରିତ ଜଳର ପୁନଃଚକ୍ରଣ ପଦ୍ଧତିରେ ତରଳ ବର୍ଜ୍ୟବସ୍ତୁ ପରିଚାଳନା ।
(v) ପ୍ରତ୍ୟେକ କାରଖାନାରେ ପରିବେଶ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ ବ୍ୟବସ୍ଥା । ଉପରୋକ୍ତ ବ୍ୟବସ୍ଥାଦ୍ୱାରା ପରିବେଶ ଅବକ୍ଷୟ ରୋକାଯାଇ ପାରିବ ଓ ସୁସ୍ଥ ପରିବେଶ ସୃଷ୍ଟି କରାଯାଇ ପାରିବ ।


(e) ଭାରତରେ ଜାହାଜ ନିର୍ମାଣ ପାଇଁ କ’ଣ ବ୍ୟବସ୍ଥା ରହିଛି ଲେଖ ।
ଉ– (i) ଜାହାଜ ନିର୍ମାଣ ଏକ ବୃହତ୍ ଶିଳ୍ପ ଏବଂ ଏଥି ନିମିତ୍ତ ଅଧିକ ପରିମାଣରେ ପୁଞ୍ଜି ଆବଶ୍ୟକ ହୋଇଥାଏ ।
(ii) ବର୍ତ୍ତମାନ ଭାରତରେ ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ବିଶାଖାପାଟଣା, କୋଚି, ମୁମ୍ବାଇ, ମର୍ମାଗାଓ ଓ କୋଲ୍‌କାତାଠାରେ ପ୍ରତିଷ୍ଠିତ ହୋଇଅଛି ।
(iii) ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଏହି ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଅଛି । ଏଠାରେ ନୌବାହିନୀ ପାଇଁ ଯୁଦ୍ଧ ଜାହାଜ ଓ ଯାତ୍ରୀବାହୀ ଜାହାଜ ନିର୍ମିତ ହୋଇଥାଏ ।
(iv) ଏହାଛଡ଼ା ଷ୍ଟିମର, ବାର୍ଜ, ଡ୍ରେଜର ଏବଂ ଉପକୂଳବାହୀ ଜାହାଜ ଆଦି ମଧ୍ୟ ଏଠାରେ ନିର୍ମାଣ କରାଯାଏ ।
(v) ଜାପାନ ସହାୟତାରେ କୋଚିଠାରେ ପ୍ରତିଷ୍ଠିତ ଜାହାଜ ନିର୍ମାଣ କାରଖାନା ଏକ ଲକ୍ଷ DWT ଏବଂ ବିଶାଖାପାଟଣାଠାରେ 50,000 DWT ଓଜନର ଜାହାଜ ନିର୍ମାଣ କ୍ଷମତା ରହିଛି । ଭାରତରେ ଜାହାଜ ମରାମତି ପାଇଁ 16 ଗୋଟି ଶୁଷ୍କ ଡକ୍ (ପୋତ ନିର୍ମାଣ ଓ ମରାମତି କ୍ଷେତ୍ର) ରହିଛି ।


(f) ଭାରତର ଲୌହଇସ୍ପାତ ଶିଳ୍ପ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।
ଉ– (i) ଲୌହଇସ୍ପାତ ଶିଳ୍ପ ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ । ଏହା ଅନ୍ୟ ସମସ୍ତ ଶିଳ୍ପର ଆଧାର । ସେଥିପାଇଁ ଏହାକୁ ମୌଳିକ ଶିଳ୍ପ କୁହାଯାଏ ।
(ii) ଭାରତର ସର୍ବପ୍ରଥମ ଲୌହଇସ୍ପାତ କାରଖାନା 1830 ମସିହାରେ ତାମିଲନାଡ଼ୁର ପୋର୍ଟେନୋଭାଠାରେ ସ୍ଥାପିତ ହୋଇଥିଲା । 1864 ମସିହାରେ ପଶ୍ଚିମବଙ୍ଗର କୁଲ୍‌ଟିଠାରେ ଆଧୁନିକ ଲୌହଇସ୍ପାତ ଶିଳ୍ପର ଭିଭିପ୍ରସ୍ତର ରଖାଗଲା ।
(iii) 1907 ମସିହାରେ ଟାଟା କମ୍ପାନୀଦ୍ୱାରା ଜାମସେଦ୍‌ପୁରଠାରେ ଟାଟା ଲୌହଇସ୍ପାତ କାରଖାନା ପ୍ରତିଷ୍ଠା ହେବା ସହିତ ଆଧୁନିକ ବୃହତ୍ ଲୌହଇସ୍ପାତ ଶିଳ୍ପର ଶୁଭାରମ୍ଭ ହେଲା । ପରେ ପରେ ଭାରତୀୟ ଲୌହଇସ୍ପାତ କମ୍ପାନୀଦ୍ୱାରା ପଶ୍ଚିମବଙ୍ଗରେ ବର୍ଣ୍ଣପୁରଠାରେ ଏବଂ କର୍ଣାଟକର ଭଦ୍ରାବତୀଠାରେ ଲୌହଇସ୍ପାତ କାରଖାନା ଗଢିଉଠିଲା ।
(iv) ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରର ବୈଷୟିକ ଜ୍ଞାନ ସହାୟତାରେ ଲୌହଇସ୍ପାତ କାରଖାନାମାନ ସ୍ଥାପିତ ହେଲା ।


(e) ଭାରତରେ ଜାହାଜ ନିର୍ମାଣ ପାଇଁ କ’ଣ ବ୍ୟବସ୍ଥା ରହିଛି ଲେଖ ।
ଉ–(i) ଜାହାଜ ନିର୍ମାଣ ଏକ ବୃହତ୍ ଶିଳ୍ପ ଏବଂ ଏଥି ନିମିତ୍ତ ଅଧିକ ପରିମାଣରେ ପୁଞ୍ଜି ଆବଶ୍ୟକ ହୋଇଥାଏ ।
(ii) ବର୍ତ୍ତମାନ ଭାରତରେ ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ବିଶାଖାପାଟଣା, କୋଚି, ମୁମ୍ବାଇ, ମର୍ମାଗାଓ ଓ କୋଲ୍‌କାତାଠାରେ ପ୍ରତିଷ୍ଠିତ ହୋଇଅଛି ।
(iii) ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଏହି ପାଞ୍ଚଟି ଜାହାଜ ନିର୍ମାଣ କାରଖାନା ପ୍ରତିଷ୍ଠା ହୋଇଅଛି । ଏଠାରେ ନୌବାହିନୀ ପାଇଁ ଯୁଦ୍ଧ ଜାହାଜ ଓ ଯାତ୍ରୀବାହୀ ଜାହାଜ ନିର୍ମିତ ହୋଇଥାଏ ।
(iv) ଏହାଛଡ଼ା ଷ୍ଟିମର, ବାର୍ଜ, ଡ୍ରେଜର ଏବଂ ଉପକୂଳବାହୀ ଜାହାଜ ଆଦି ମଧ୍ୟ ଏଠାରେ ନିର୍ମାଣ କରାଯାଏ ।
(v) ଜାପାନ ସହାୟତାରେ କୋଚିଠାରେ ପ୍ରତିଷ୍ଠିତ ଜାହାଜ ନିର୍ମାଣ କାରଖାନା ଏକ ଲକ୍ଷ DWT ଏବଂ ବିଶାଖାପାଟଣାଠାରେ 50,000 DWT ଓଜନର ଜାହାଜ ନିର୍ମାଣ କ୍ଷମତା ରହିଛି । ଭାରତରେ ଜାହାଜ ମରାମତି ପାଇଁ 16 ଗୋଟି ଶୁଷ୍କ ଡକ୍ (ପୋତ ନିର୍ମାଣ ଓ ମରାମତି କ୍ଷେତ୍ର) ରହିଛି ।


(f) ଭାରତର ଲୌହଇସ୍ପାତ ଶିଳ୍ପ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।
ଉ– (i) ଲୌହଇସ୍ପାତ ଶିଳ୍ପ ଆଧୁନିକ ସଭ୍ୟତାର ମେରୁଦଣ୍ଡ ସଦୃଶ । ଏହା ଅନ୍ୟ ସମସ୍ତ ଶିଳ୍ପର ଆଧାର । ସେଥିପାଇଁ ଏହାକୁ ମୌଳିକ ଶିଳ୍ପ କୁହାଯାଏ ।
(ii) ଭାରତର ସର୍ବପ୍ରଥମ ଲୌହଇସ୍ପାତ କାରଖାନା 1830 ମସିହାରେ ତାମିଲନାଡ଼ୁର ପୋର୍ଟେନୋଭାଠାରେ ସ୍ଥାପିତ ହୋଇଥିଲା । 1864 ମସିହାରେ ପଶ୍ଚିମବଙ୍ଗର କୁଲ୍‌ଟିଠାରେ ଆଧୁନିକ ଲୌହଇସ୍ପାତ ଶିଳ୍ପର ଭିଭିପ୍ରସ୍ତର ରଖାଗଲା ।
(iii) 1907 ମସିହାରେ ଟାଟା କମ୍ପାନୀଦ୍ୱାରା ଜାମସେଦ୍‌ପୁରଠାରେ ଟାଟା ଲୌହଇସ୍ପାତ କାରଖାନା ପ୍ରତିଷ୍ଠା ହେବା ସହିତ ଆଧୁନିକ ବୃହତ୍ ଲୌହଇସ୍ପାତ ଶିଳ୍ପର ଶୁଭାରମ୍ଭ ହେଲା । ପରେ ପରେ ଭାରତୀୟ ଲୌହଇସ୍ପାତ କମ୍ପାନୀଦ୍ୱାରା ପଶ୍ଚିମବଙ୍ଗରେ ବର୍ଣ୍ଣପୁରଠାରେ ଏବଂ କର୍ଣାଟକର ଭଦ୍ରାବତୀଠାରେ ଲୌହଇସ୍ପାତ କାରଖାନା ଗଢିଉଠିଲା ।
(iv) ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ବିଭିନ୍ନ ସ୍ଥାନରେ ବିଦେଶୀ ରାଷ୍ଟ୍ରର ବୈଷୟିକ ଜ୍ଞାନ ସହାୟତାରେ ଲୌହଇସ୍ପାତ କାରଖାନାମାନ ସ୍ଥାପିତ ହେଲା ।

(a) ଲୌହଇସ୍ପାତ କାରଖାନା କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ସ୍ଥାପନ କରାଯାଏ ।
ଉ - (i) ଲୌହଇସ୍ପାତ କାରଖାନାରେ କଞ୍ଚାମାଲ ରୂପେ ଭାରୀ ଲୁହାପଥର, କୋଇଲା, ଚୂନପଥର, ମାଙ୍ଗାନିଜ୍ ଓ କ୍ରୋମାଇଟ୍ ଆଦି ବ୍ୟବହୃତ ହୋଇଥାଏ । ଏହି ଶିଳ୍ପର ଉତ୍ପାଦ ମଧ୍ଯ ଓଜନଦାର ହୋଇଥାଏ ।
(ii) କଞ୍ଚାମାଲ ଓ ଉତ୍ପାଦ ଉଭୟ ଭାରୀ ହୋଇଥିବାରୁ ପରିବହନ କଷ୍ଟସାଧ୍ଯ ହୋଇଥାଏ । ଏଣୁ ପରିବହନ ଖର୍ଚ୍ଚ କମାଇବାପାଇଁ ସାଧାରଣତଃ କଞ୍ଚାମାଲ ମିଳୁଥିବା ସ୍ଥାନ ନିକଟରେ ଲୌହଇସ୍ପାତ କାରଖାନା ସ୍ଥାପନ କରାଯାଏ ।


(b) ମଟର ନିର୍ମାଣ କାରଖାନାଗୁଡ଼ିକ ବଡ଼ ବଡ଼ ସହର ନିକଟରେ ସ୍ଥାପିତ ।
ଉ - (i) ଭାରତର ଦିଲ୍ଲୀ, ଗୁଡ୍‌ଗାଓଁ, କୋଲ୍‌କତା, ଲକ୍ଷ୍ନୌ, ଇନ୍ଦୋର, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ ଆଦି ବଡ଼ ବଡ଼ ସହରମାନଙ୍କରେ ସହଜରେ ଆବଶ୍ୟକୀୟ କାରିଗରୀ ଜ୍ଞାନକୌଶଳ ଓ ତାଲିମପ୍ରାପ୍ତ କୁଶଳୀ ଶ୍ରମିକ ମିଳିଥା’ନ୍ତି । ତେଣୁ ସେଠାରେ ମଟର ନିର୍ମାଣ କାରଖାନାଗୁଡ଼ିକ ଗଢ଼ିଉଠିଥାଏ ।
(ii) ସେଥିପାଇଁ ମାରୁତି ଉଦ୍ୟୋଗ, ହିନ୍ଦୁସ୍ଥାନ ମୋଟର୍ସ, ଟାଟା ମୋଟର୍ସ ଆଦି ବିଖ୍ୟାତ କମ୍ପାନୀମାନେ ଭାରତର ବଡ଼ ବଡ଼ ସହରମାନଙ୍କରେ ନିଜର ମଟର ତିଆରି କାରଖାନାମାନ ପ୍ରତିଷ୍ଠା କରିଛନ୍ତି ।


(c) ଲୌହଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ ।
ଉ- (i) ଯେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଗୋଟିଏ ଶିଳ୍ପରେ କଞ୍ଚାମାଲ ରୂପେ ବ୍ୟବହୃତ ହୁଏ, ତାହାକୁ ମୌଳିକ ଶିଳ୍ପ କୁହାଯାଏ ।
(ii) ଲୌହଇସ୍ପାତ ଶିଳ୍ପରୁ ଉତ୍ପାଦିତ ଲୌହଇସ୍ପାତ ଅନ୍ୟ ମେସିନ୍ ବା କଳକବ୍‌ଜାର କଞ୍ଚାମାଲ ରୂପେ ବ୍ୟବହୃତ ହୁଏ । ତେଣୁ ଲୌହଇସ୍ପାତ ଶିଳ୍ପକୁ ମୌଳିକ ଶିଳ୍ପ କୁହାଯାଏ ।


(d) ବେଙ୍ଗାଲୁରୁକୁ ଭାରତର ଇଲେକ୍‌ଟ୍ରୋନିକ୍ସ ରାଜଧାନୀ କୁହାଯାଏ ।
ଉ- (i) ବର୍ତ୍ତମାନ କମ୍ପ୍ୟୁଟରରେ ବ୍ୟବହୃତ ପ୍ରୋଗାମ ଓ ଏହାର ଯାନ୍ତ୍ରିକ ଅଂଶ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ଵ ବଜାରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ।
(ii) ବେଙ୍ଗାଲୁରୁ କମ୍ପ୍ୟୁଟର ଯନ୍ତ୍ରାଂଶ ନିର୍ମାଣ ତଥା ସଫ୍ଟୱେୟାର ନିର୍ମାଣ କ୍ଷେତ୍ରରେ ବିଶେଷ ଖ୍ୟାତିଲାଭ କରିଛି । ଇଲେକ୍‌ଟ୍ରୋନିକ୍ସ ଦ୍ରବ୍ୟ ନିର୍ମାଣକାରୀ ଅଧିକାଂଶ ଶିଳ୍ପ ଏଠାରେ ସ୍ଥାପିତ ହୋଇଛି । ତେଣୁ ବେଙ୍ଗାଲୁରୁକୁ ଭାରତର ଇଲେକ୍‌ଟ୍ରୋନିକ୍ସ ରାଜଧାନୀ କହନ୍ତି ।


(e) ରାସାୟନିକ କାରଖାନା ଜନବସତି ପାଇଁ ଏକ ସମସ୍ୟା ।
ଉ- (i) ବିଭିନ୍ନ ପ୍ରକାର ଏସିଡ୍, କଷ୍ଟିକ୍ ସୋଡ଼ା, ଆମୋନିଆ, ବ୍ଲିଚିଙ୍ଗ ପାଉଡ଼ର, ରାସାୟନିକ ସାର, କୀଟନାଶକ ଔଷଧ, କୃତ୍ରିମ ତନ୍ତୁ କାରଖାନା ଇତ୍ୟାଦି ରାସାୟନିକ ଶିଳ୍ପ ଅନ୍ତର୍ଭୁକ୍ତ । ଏହିସବୁ ରାସାୟନିକ କାରଖାନାମାନଙ୍କରୁ ନିର୍ଗତ ହେଉଥୁବା ରାସାୟନିକ ପଦାର୍ଥ ଯୋଗୁଁ ଜଳ, ମୃଭିକା ଓ ବାୟୁମଣ୍ଡଳ ସଂକ୍ରମିତ ହେଉଅଛି ।
(ii) ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ ପଦାର୍ଥ ଯୋଗୁଁ ସ୍ଥାନୀୟ ଲୋକ ଓ କାର୍ଯ୍ୟରତ ଶ୍ରମିକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଅନେକ ପ୍ରକାର ଶାରୀରିକ ଓ ମାନସିକ ରୋଗର ଶିକାର ମଧ୍ୟ ହେଉଛନ୍ତି । ତେଣୁ ରାସାୟନିକ କାରଖାନା ଜନବସତି ପାଇଁ ଏକ ସମସ୍ୟା ।


(f) ଖାଉଟି ଶିଳ୍ପକୁ କାହିଁକି ହାଲୁକା ଶିଳ୍ପ ବୋଲି କୁହାଯାଏ ?
ଉ- (i) ଯେଉଁ ଶିଳ୍ପ ଉପଭୋକ୍ତାମାନଙ୍କର (Consumer) ପ୍ରତ୍ୟକ୍ଷ ବ୍ୟବହାର ପାଇଁ ଦ୍ରବ୍ୟ ଉତ୍ପାଦନ କରେ ସେଗୁଡ଼ିକୁ ଖାଉଟି ଶିଳ୍ପ କୁହାଯାଏ ।
(ii) ଏଥିରେ ବ୍ୟବହୃତ କଞ୍ଚାମାଲର ଓଜନ କମ୍ ହୋଇଥିବାରୁ ଉତ୍ପାଦଗୁଡ଼ିକର ଓଜନ ମଧ୍ୟ କମ୍ ହୋଇଥାଏ । ତେଣୁ ଏହାକୁ ହାଲୁକା ଶିଳ୍ପ (Light Industry) କୁହାଯାଇଥାଏ ।

ଉ– ମନୁଷ୍ୟର ଚତୁଃପାର୍ଶ୍ବକୁ ଘେରିରହି ତାହାର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉ ପୃଥ୍ବା ପ୍ରାକୃତିକ
ପରିବୃଦ୍ଧି ବୃଭିକୁ ପରିବେଶ କୁହାଯାଏ । ଜଳ, ସ୍ଥଳ, ବାୟୁ ସହିତ ସମସ୍ତ ଉଭିଦ ଓ ପ୍ରାଣୀଜଗତ ପ୍ରାକୃତିକ ପରିବେଶର ଅନ୍ତ ଅନ୍ତର୍ଗତ ।
ମନୁଷ୍ୟର ବିଭିନ୍ନ ଆର୍ଥନୀତିକ କାର୍ଯ୍ୟକଳାପଦ୍ୱାରା ସୃଷ୍ଟ ବିଭିନ୍ନ ବର୍ଜ୍ୟବସ୍ତୁ (କଠିନ, ତରଳ, ଗ୍ୟାସୀୟ ପଦାର୍ଥ) ପ୍ରାକୃ ପ୍ରାକୃତିକ
ପରିବେଶର ବିଭିନ୍ନ ଉପାଦାନ; ଯଥା— ଜଳ, ବାୟୁ ଓ ଭୂମିକୁ ଦୂଷିତ ଓ ସଂକ୍ରମିତ କରିବା ଅବସ୍ଥାକୁ ପରିବେଶ ପ୍ରଦୂଷଣ କୁହାଯାଏ ।
କଳକାରଖାନାରୁ ନିର୍ଗତ ଧୂଆଁ ଓ ପାଉଁଶଗୁଣ୍ଡ ବାୟୁମଣ୍ଡଳ ଓ ବାରିମଣ୍ଡଳକୁ ପ୍ରଦୂଷିତ କରୁଛି । ଏଥୁରୁ ନିର୍ଗତ କାର୍ବନ୍
ନୋକ୍ସାଇଡ୍, ସଲ୍‌ଫର୍ ଡାଇଅକ୍‌ସାଇଡ଼ଦ୍ୱାରା ବାୟୁ ପ୍ରଦୂଷିତ ହେଉଛି । ରାସାୟନିକ ସାର କାରଖାନାରୁ ନିର୍ଗତ ରାସାୟନିକ
ପଦାର୍ଥଦ୍ଵାରା ସ୍ଥାନୀୟ ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି । 1984 ମସିହାରେ ଘଟିଥିବା ଭୋପାଳ ଗ୍ୟାସ୍ ଦୁର୍ଘଟଣା ଏହାର
ଏକ ଜ୍ଵଳନ୍ତ ଉଦାହରଣ । ଏଠାରେ ଥିବା ଇଉନିୟନ କାର୍ବାଇଡ୍ କାରଖାନାରୁ ନିର୍ଗତ ମିଥାଇଲ୍ ଆଇସୋସ୍ୟାନାଇଡ୍ ଗ୍ୟାସ୍‌ର
ବିଷକ୍ରିୟା ଯୋଗୁଁ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା ।
ଶିଳ୍ପ କାରଖାନାରୁ ନିର୍ଗତ ଉଭୟ ଜୈବ ଓ ଅଜୈବ ବର୍ଜ୍ୟବସ୍ତୁ ନଈ, ନାଳ, କେନାଲରେ ପ୍ରବେଶ କରି ଜଳ ପ୍ରଦୂଷଣ ଘଟାଉଛି। ଏହି ପ୍ରଦୂଷିତ ଜଳଦ୍ଵାରା ମନୁଷ୍ୟ, ଜୀବଜନ୍ତୁ ଓ ଉଦ୍ଭିଦ ପ୍ରଭାବିତ ହେବା ସହ କୃଷିକାର୍ଯ୍ୟ କ୍ଷତିଗ୍ରସ୍ତ ହେଉଛି ।

କୋଇଲା, ରଙ୍ଗ, ସାବୁନ, କୀଟନାଶକ ଦ୍ରବ୍ୟ, ସାର, ପ୍ଲାଷ୍ଟିକ୍, ରବର ଶିଳ୍ପ ଆଦି ପ୍ରଦୂଷଣକାରୀ କାରଖାନା ଏବଂ କାଗଜ ଶିଳ୍ପ, ବୟନ ଶିଳ୍ପ, ପେଟ୍ରୋ-ରସାୟନ ଶିଳ୍ପ, ଚମଡ଼ା କାରଖାନା, ବିଦ୍ୟୁତ୍ ପ୍ରଲେପନରୁ ବାହାରୁଥିବା ବିଷାକ୍ତ ପଦାର୍ଥଦ୍ୱାରା ଭୂମି, ଜଳ, ମୃତ୍ତିକା ତଥା ଭୂଗର୍ଭ ଜଳ ପ୍ରଦୂଷିତ ହୋଇଥାଏ । ବିଭିନ୍ନ କାରଖାନାଗୁଡ଼ିକରୁ ସୃଷ୍ଟ ଯନ୍ତ୍ରପାତିର ଶବ୍ଦ, ଡିନାମାଇଟ୍‌ ବିସ୍ଫୋଟ, ଯାନବାହନର ଶବ୍ଦ, ବାୟବୀୟ ଖୋଦନ ଆଦି ଶବ୍ଦ ପ୍ରଦୂଷଣ କରୁଅଛି । ଦ୍ରୁତ ଶିଳ୍ପାୟନଦ୍ୱାରା କୌଣସି ଦେଶ ବା ଜାତି ଶିଳ୍ପକ୍ଷେତ୍ରରେ ଯେତେ ଅଗ୍ରଗତି କଲେ ମଧ୍ୟ ଏହାଦ୍ୱାରା ମାନବ ସମ୍ବଳର ଅଶେଷ କ୍ଷତି ଘଟୁଅଛି । ତେଣୁ ପରିବେଶ ପ୍ରଦୂଷଣ ଏକ ଜାତୀୟ ସମସ୍ୟା, ଏହାର ସମାଧାନ
ନିତାନ୍ତ ଜରୁରୀ ।

(a) ଦୁର୍ଗାପୁର, (b) ନାଲ୍‌କୋ, (c) ହୋସଙ୍ଗାବାଦ,
(d) ଭାରି ଇଞ୍ଜିନିୟରିଂ ନିଗମ, (e) ଗୁଡ଼ଗାଓଁ,
(f) ନାସିକ, (g) ସାଲେମ୍, (h) ବିକାନିର,
(i) ବେଙ୍ଗାଲୁରୁ

BSE Odisha 10th Class Geography(ଭୂଗୋଳ) Detailed Text:

Chapter 1 ସମ୍ବଳ (ପ୍ରଥମ ପାଠ -ସମ୍ବଳ ଓ ତାହାର ବିକାଶ )
Chapter 1 ସମ୍ବଳ (ଦ୍ଵିତୀୟ ପାଠ -ଭୂ-ସମ୍ବଳ)
Chapter 1 ସମ୍ବଳ (ତୃତୀୟ ପାଠ - ମୂର୍ତ୍ତିକା -ସମ୍ବଳ)
Chapter 2 ଜୈବ ସମ୍ବଳ (ପ୍ରଥମ ପାଠ -ଅରଣ୍ୟ ସମ୍ବଳ )
Chapter 2 ଜୈବ ସମ୍ବଳ (ଦ୍ୱିତୀୟ ପାଠ -ବନ୍ୟପ୍ରାଣୀ ସମ୍ବଳ )
Chapter 3 ଜଳ ସମ୍ବଳ
Chapter 4 ଖଣିଜ ସମ୍ବଳ
Chapter 4 ଶକ୍ତି ସମ୍ବଳ
Chapter 6 କୃଷି
Chapter 8 ପରିବହନ ,ଯୋଗାଯୋଗ ଏବଂ ବାଣିଜ୍ୟ
Chapter 9 ଜଳବାୟୁ ଜନିତ ବିପତ୍ତି ଓ ପରିବହନ (Climate-related Disasters and Transportation)
ଆର୍ଥନୀତିକ ବିକାଶ (Economic Development)