10th Class Geography(ଭୂଗୋଳ) - Chapter 8 ପରିବହନ ,ଯୋଗାଯୋଗ ଏବଂ ବାଣିଜ୍ୟ All Question With Answer

↓ Question & Answer ↓

1. ନିମ୍ନଲିଖୂତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(i) ପରିବହନଦ୍ୱାରା ଆମର କି କି ଉପକାର ହେଉଛି ବର୍ଣ୍ଣନା କର ।
ଉ – (a) ଉତ୍ତମ ସଂଚାଳନ ମନୁଷ୍ୟ ଜୀବନ ପାଇଁ ଯେପରି ଗୁରୁତ୍ୱପୂର୍ଣ୍ଣ ଦେଶର ଅର୍ଥନୀତିର ସୁପରିଚାଳନା ପାଇଁ ପରିବହନ ବ୍ୟବସ୍ଥା ସେହିଭଳି ମହତ୍ତ୍ୱପୂର୍ଣ୍ଣ ।
(b) ଏହାଦ୍ଵାରା ଉତ୍ପାଦନ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପିତ ହୁଏ ଏବଂ ଲୋକମାନେ ପରସ୍ପର ନିକଟବର୍ତ୍ତୀ ହୁଅନ୍ତି । ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠିତ ହୁଏ ଓ ଭେଦଭାବ ଦୂର ହୁଏ ।
(c) ଏହାଦ୍ଵାରା ପାହାଡ଼, ପର୍ବତ, ଜଙ୍ଗଲ ଓ ଖଣିଖାଦାନରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାକୃତିକ ସମ୍ବଳଗୁଡ଼ିକୁ ଉତ୍ପାଦନ କାର୍ଯ୍ୟରେ ଲଗାଯାଇପାରୁଛି ।
(d) ଏହାଦ୍ୱାରା ଶିଳ୍ପକ୍ଷେତ୍ରକୁ କଞ୍ଚାମାଲ, ଜାଳେଣି ଓ ଯନ୍ତ୍ରପାତି ଯୋଗାଇ ହେଉଛି ଓ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ବଜାରରେ ପହଞ୍ଚାଇ ଦିଆଯାଉଛି ।
(e) ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ୍ୟ ଆପଦକାଳୀନ ପରିସ୍ଥିତିରେ ସଂଯୋଗ ସ୍ଥାପନ, ମାଲ ପରିବହନ ଓ ବଣ୍ଟନରେ ପରିବହନ ବ୍ୟବସ୍ଥା ସାହାଯ୍ୟ କରେ ।


(ii) ଭାରତୀୟ ସଡ଼କପଥର ଶ୍ରେଣୀବିଭାଗ କର ।
ଉ – ଭାରତର ସଡ଼କପଥକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି; ଯଥା – (a) ଜାତୀୟ ରାଜପଥ, (b) ରାଜ୍ୟ ରାଜପଥ, (c) ଜିଲ୍ଲା ସଡ଼କ, (d) ଗ୍ରାମ୍ୟ ସଡ଼କ, (e) ସ୍ୱର୍ଣ୍ଣ ଚତୁର୍ଭୁଜ ମହାରାଜମାର୍ଗ, (f) ସୀମାନ୍ତ ସଡ଼କ,
(g) ତ୍ବରିତ ରାଜମାର୍ଗ ।


(iii) ଭାରତୀୟ ରାଜପଥ କାହାକୁ କୁହାଯାଏ ? ଜାତୀୟ ରାଜପଥର ଏକ ବିବରଣୀ ଦିଅ ।
ଉ – (a) ଜାତୀୟ ରାଜପଥଗୁଡ଼ିକ ରାଜ୍ୟଗୁଡ଼ିକର ରାଜଧାନୀ, ପ୍ରଧାନ ସହର ଏବଂ ବନ୍ଦରଗୁଡ଼ିକୁ ସଂଯୁକ୍ତ କରିଥାଏ ।
(b) ଏହି ସଡ଼କପଥର ନିର୍ମାଣ ଓ ରକ୍ଷଣାବେକ୍ଷଣ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଲୋକନିର୍ମାଣ ବିଭାଗ (CPWD) ଉପରେ ନ୍ୟସ୍ତ ଥାଏ ।
(c) ଆମ ଦେଶରେ ପ୍ରାୟ 1 ଲକ୍ଷ 42 ହଜାର କି.ମି. ଦୈର୍ଘ୍ୟର ଜାତୀୟ ରାଜପଥ ଅଛି । ଏହି ପଥଦେଇ ଦେଶର ଶତକଡ଼ା 40 ଭାଗ ଯାତ୍ରୀ ଓ ମାଲ ପରିବହନ ହୋଇଥାଏ ।
(d) 16 ନମ୍ବର ଜାତୀୟ ରାଜପଥ କୋଲକାତାରୁ ବାହାରି ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଦେଇ ଚେନ୍ନାଇ ପର୍ଯ୍ୟନ୍ତ ଯାଇଅଛି ।
(e) କୋଲକାତାରୁ ବାହାରି ଆସାନସୋଲ, କାନପୁର, ଦିଲ୍ଲୀ ଆଦି ସହର ଦେଇ ଅମୃତସର ପର୍ଯ୍ୟନ୍ତ ଯାଇଥିବା ଗ୍ରାଣ୍ଡଟ୍ରଙ୍କ୍ ରୋଡ଼ ଦେଶର ସର୍ବପୁରାତନ ଜାତୀୟ ରାଜପଥ ।


(iv) ‘ସୀମାନ୍ତ ସଡ଼କ ସଡ଼କ ସଂସ୍ଥା’ ସମ୍ବନ୍ଧରେ ଏକ ବିବରଣୀ ଦିଅ ।
ଉ – (a) 1960 ମସିହା ପରଠାରୁ ‘ସୀମାନ୍ତ ସଡ଼କ ସଂସ୍ଥା’ (Border Roads Organisation) ପ୍ରତିଷ୍ଠା କରାଗଲା ।
(b) ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବାପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାସ୍ତା ନିର୍ମାଣ କରାଯାଉଛି ।
(c) ଏହି ସଂସ୍ଥାଦ୍ଵାରା ନିର୍ମିତ ହିମାଚଳ ପ୍ରଦେଶର ମନାଲିଠାରୁ ଲାଦାଖର ସଦର ମହକୁମା ଲେହ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପୃଥିବୀର ସର୍ବୋଚ୍ଚ ସଡ଼କପଥ ।
(d) ଦେଶର ସୁରକ୍ଷା ଓ ସାମରିକ ଦୃଷ୍ଟିକୋଣରୁ ରାଜଧାନୀ ଦିଲ୍ଲୀରୁ ଚଣ୍ଡୀଗଡ଼କୁ ସଂଯୁକ୍ତ କରି ଭାରତ ଚୀନ୍ ସୀମାନ୍ତବର୍ତ୍ତୀ ସିକିଲା ଗିରିପଥ ଦେଇ ସିମଳାର ଉତ୍ତରପଟେ ଏକ ରାଜମାର୍ଗ ନିର୍ମାଣ କରାଯାଇଛି ।
(e) ଅତ୍ୟନ୍ତ ବିପଦସଂକୁଳ ପାର୍ବତ୍ୟାଞ୍ଚଳ, ଘଞ୍ଚ ଅରଣ୍ୟ, ଅସ୍ୱାସ୍ଥ୍ୟକର ଅଞ୍ଚଳରେ ସୀମାନ୍ତ ସଡ଼କ ସଂସ୍ଥାର ଅଭିଜ୍ଞତାକୁ କାମରେ ଲଗାଇ ସଡ଼କପଥ ନିର୍ମାଣ କରାଯାଇଛି ।


(v) ସଡ଼କପଥର ଉନ୍ନତି ପାଇଁ ଭାରତ ସରକାର କେଉଁ କେଉଁ ପଦକ୍ଷେପ ନେଉଛନ୍ତି ସେ ସମ୍ବନ୍ଧରେ ବର୍ଣ୍ଣନା କର ।

ଉ – ସଡ଼କପଥର ଉନ୍ନତି ପାଇଁ ଭାରତ ସରକାର ନିମ୍ନୋକ୍ତ ପଦକ୍ଷେପମାନ ଗ୍ରହଣ କରିଛନ୍ତି ।
(a) ଦେଶରେ ଦ୍ରୁତଗାମୀ ଯାନବାହନର ସଂଖ୍ୟା ବୃଦ୍ଧି ଏବଂ ଯାତ୍ରୀ ଓ ମାଲ ସରବରାହକୁ ଆଖି ଆଗରେ ରଖି4 ରୁ 6 ଟିକିଆ ସଡ଼କ ବିଶିଷ୍ଟ ଜାତୀୟ ଏକ୍ସପ୍ରେସ୍ ରାଜମାର୍ଗ ନିର୍ମାଣ କରାଯାଉଛି ।
(b) ସ୍ୱର୍ଣ୍ଣ ଚତୁର୍ଭୁଜ ରାଜମାର୍ଗ ଯୋଜନାଦ୍ୱାରା ଭାରତର ଚାରୋଟି ମହାନଗରୀ, ଯଥା – ଦିଲ୍ଲୀ, କୋଲକାତା,. ଚେନ୍ନାଇ ଏବଂ ମୁମ୍ବାଇକୁ ସଂଯୋଗ କରାଯାଇଛି । ଏହାର ଦୈର୍ଘ୍ୟ 5840 କି.ମି. ।
(c) ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଅଧୀନରେ 5000 ଜନସଂଖ୍ୟା ବିଶିଷ୍ଟ ଗ୍ରାମଗୁଡ଼ିକୁ କଂକ୍ରିଟ୍ ରାସ୍ତାଦ୍ଵାରା ନିକଟବର୍ତ୍ତୀ ସହର ସହିତ ସଂଯୁକ୍ତ କରାଯାଇଛି ।
(d) 7300 କି.ମି. ଦୈର୍ଘ୍ୟ ବିଶିଷ୍ଟ ଉତ୍ତରରେ ଜାମ୍ମୁକାଶ୍ମୀରର ଶ୍ରୀନଗରଠାରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଉତ୍ତର-ଦକ୍ଷିଣ ଅଳିନ୍ଦ ଏବଂ ପଶ୍ଚିମରେ ଗୁଜରାଟର ପୋରବନ୍ଦରଠାରୁ ପୂର୍ବରେ ସିଲଚର ପର୍ଯ୍ୟନ୍ତ ପୂର୍ବ – ପଶ୍ଚିମ ଅଳିନ୍ଦ ନିର୍ମାଣ କରାଯାଇଛି ।
(e) ଭାରତର 10 ଟି ପ୍ରଧାନ ବନ୍ଦର ସହିତ ସ୍ୱର୍ଣ୍ଣ ଚତୁର୍ଭୁଜ ଏବଂ ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ଅଳିନ୍ଦକୁ ସଂଯୋଗ କରାଯାଇଛି ।


(vi) ଭାରତୀୟ ରେଳପଥ ସମ୍ବନ୍ଧରେ ବର୍ଣ୍ଣନା କର ।
ଉ - (a) ରେଳପଥ ଦୂରସ୍ଥାନକୁ ସ୍ଥଳପଥରେ ଯାତ୍ରୀ ଓ ମାଲ୍ ପରିବହନର ମୁଖ୍ୟ ମାଧ୍ୟମ । ଆମ ଦେଶଟେ 1853 ମସିହା ଅପ୍ରେଲ୍ ମାସରେ ବମ୍ବେରୁ ଥାଣେ ପର୍ଯ୍ୟନ୍ତ 34 କି.ମି. ଦୈର୍ଘ୍ୟ ବିଶିଷ୍ଟ ରେଳଧାରଣା ଉପରେ ପ୍ରଥମଥର ପାଇଁ ରେଳଗାଡ଼ି ଚାଲିଥିଲା ।
(b) ଭାରତୀୟ ରେଳପଥ ଏସିଆରେ ଦ୍ଵିତୀୟ ସ୍ଥାନ ଏବଂ ପୃଥିବୀରେ ତୃତୀୟ ସ୍ଥାନ ଅଧିକାର କରିଛି । ’ଭାରତୀୟ ରେଳପଥର ମୋଟ ଦୈର୍ଘ୍ୟ ପ୍ରାୟ 67368 କି.ମି. । ଏହା ଭାରତର ବୃହତ୍ତମ ରାଷ୍ଟ୍ରାୟତ ସଂସ୍ଥା, ଯେଉଁଥିରେ ସର୍ବାଧିକ କର୍ମଚାରୀ କାର୍ଯ୍ୟ କରନ୍ତି ।
(c) ଏବେ ଆମ ଦେଶରେ ବ୍ରଡ଼ଗେଜ୍, ମିଟର ଗେଜ୍, ନାରୋଗେଜ୍ ଓ ଲିଫଟଗେଜ୍ ବା ଲାଇଟ୍‌ଙ୍ଗେଜ୍ ରେଳପଥ କାର୍ଯ୍ୟକାରୀ ହେଉଅଛି ।
(d) ଏବେ ଡିଜେଲ ଇଞ୍ଜିନ୍ କିମ୍ବା ବୈଦ୍ୟୁତିକ ରେଳଇଞ୍ଜିନ୍ କାର୍ଯ୍ୟରେ ଲଗାଯାଇଛି ଏବଂ ଦୁର୍ଘଟଣା ରୋକିବାପାଇଁ ଅତ୍ୟାଧୁନିକ ସିଗ୍‌ନାଲ ବ୍ୟବସ୍ଥା ପ୍ରଚଳନ କରାଯାଉଛି ।
(e)ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ବଗି ବ୍ୟବହାର, ଦ୍ରୁତଗାମୀ ଟ୍ରେନ୍ (ରାଜଧାନୀ, ଶତାବ୍ଦୀ) ଓ ଇଣ୍ଟରସିଟି ଦ୍ରୁତଗାମୀ ଟ୍ରେନ୍‌ ପ୍ରଚଳନ କରାଯାଉଛି । ଏସହିତ ସ୍ଥାନ ଆରକ୍ଷଣ କମ୍ପ୍ୟୁଟରୀକରଣ କରାଯାଇଛି ।
(f) ସ୍ଵାଧୀନତା ପରେ ରେଳବିଭାଗକୁ ଜାତୀୟକରଣ କରାଯାଇ ଏହାର ପରିଚାଳନ ଦାୟିତ୍ଵ ରେଳବାଇ ବୋର୍ଡ଼ (Railway Board) ହାତରେ ଦିଆଯାଇଛି । ପରିଚାଳନାଗତ ସୁବିଧା ପାଇଁ ଦେଶର ସମସ୍ତ ରେଳପଥକୁ 17 ଗୋଟି ମଣ୍ଡଳରେ ବିଭକ୍ତ କରାଯାଇଛି ।


(vii) ଭାରତର ପାଇପ୍‌ଲାଇନ୍ ପରିବହନ ସମ୍ବନ୍ଧରେ ସୂଚନା ଦିଅ ।
ଉ- (a) ଭାରତରେ ପାଇପ୍‌ଲାଇନ୍‌ଦ୍ଵାରା ଅଶୋଧିତ ଖଣିଜ ତୈଳ, ପେଟ୍ରୋଲିୟମ୍ ଉତ୍ପାଦ, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନ କ୍ଷେତ୍ର, ବିଶୋଧନାଗାର ଏବଂ ବୃହତ୍ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଇଛି । ଏହାଦ୍ଵାରା ଖର୍ଚ୍ଚ କମ୍ ପଡୁଛି । ରନ୍ଧନ ଗ୍ୟାସ୍‌ (L.P.G.) ମଧ୍ୟ ପାଇପ୍‌ଲାଇନ୍‌ଦ୍ଵାରା
ଉପଭୋକ୍ତାମାନଙ୍କୁ ଯୋଗାଇ ଦିଆଯାଉଛି । ଭାରତର କେତେକ ଅଞ୍ଚଳରେ ପାଇପ୍‌ଲାଇନ୍‌ଦ୍ଵାରାପରିବହନର ବ୍ୟବସ୍ଥା ଅଛି । ସେଗୁଡ଼ିକ ହେଲା –
(b) ନହର କଟିଆ –ନୁନାମାଟି–ବରଉଣୀ ପାଇପ୍‌ଲାଇନ୍‌ ପ୍ରଥମେ ଆସାମର ନହର କଟିଆଠାରୁ ନୁନାମାଟି ପର୍ଯ୍ୟନ୍ତ ଯାଇଥିଲା । ପରେ ଏହା ଗୁଆହାଟୀ (ଆସାମ) ଦେଇ ବରାଉଣୀ ପର୍ଯ୍ୟନ୍ତ ଓ ତା'ପରେ ଏଲ୍ଲାହାବାଦ ଦେଇ କାନପୁର ପର୍ଯ୍ୟନ୍ତ ଯାଇଛି । ଏହାର ଛଅଗୋଟି ଶାଖା ଲାଇନ୍ ବାହାରି ବିଭିନ୍ନ ସ୍ଥାନକୁ ଯାଇଛି ।
(c) ସାଲାୟା – କୋୟାଲି – ମଥୁରା ପାଇପ୍‌ଲାଇନ୍‌ଟି ଗୁଜରାଟ ଅନ୍ତର୍ଗତ କଚ୍ଛର ସାଲାୟାଠାରୁ ମଥୁରା ପର୍ଯ୍ୟନ୍ତ ଓ ପରେ ଦିଲ୍ଲୀ ଓ ପାନିପତ୍ ଦେଇ ଜଳନ୍ଧର (ପଞ୍ଜାବ) ପର୍ଯ୍ୟନ୍ତ ବିସ୍ତୃତ । ଏହାର ଏକ ଶାଖା ଲାଇନ୍ କୋୟାଲି ପର୍ଯ୍ୟନ୍ତ ଲମ୍ବିଛି ।
(d) ହାଜରା – ଜଗଦୀଶପୁର ପାଇପ୍‌ଲାଇଟି ଗୁଜରାଟର ହାଜରାଠାରୁ ଜଗଦୀଶପୁର ( ଉତ୍ତରପ୍ରଦେଶ ) ଦେଇ ମଧ୍ୟପ୍ରଦେଶର ବିଜୟପୁର ପର୍ଯ୍ୟନ୍ତ ଯାଇଛି । ଏଥୁରୁ ଏକ ଶାଖାଲାଇନ୍ ଉତ୍ତରପ୍ରଦେଶର ସାହାଜାହାନ୍‌ପୁର ମଧ୍ୟଦେଇ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି ।
(e) ମୁମ୍ବାଇ ହାଇ ମୁମ୍ବାଇ – ଆଙ୍କ୍‌ଲେଶ୍ୱର –କୋୟାଲି ପାଇପ୍‌ଲାଇନ୍‌ଟି ‘ମୁମ୍ବାଇ ହାଇ’କୁ ମୁଖ୍ୟ ଭୂଖଣ୍ଡସ୍ଥ ମୁମ୍ବାଇ ସହିତ ସଂଯୋଗ କରି ପୁଣେ ପର୍ଯ୍ୟନ୍ତ ଯାଇଛି ।
(f) ଏହାଛଡ଼ା କାଣ୍ଡଲା-ଭାତିଣ୍ଡା ପାଇପ୍‌ଲାଇନ୍‌ର ଏକ ଶାଖା ମୁମ୍ବାଇରୁ ମାନ୍‌ ମାଡ଼ ଯାଇଛି, ବିଶାଖାପାଟଣାଠାରୁ ବିଜୱାଡ଼ା ପାଇପ୍‌ଲାଇନ୍, ମାଙ୍ଗାଲୋରଠାରୁ ବେଙ୍ଗାଲୁରୁ ଦେଇ ଚେନ୍ନାଇ ପର୍ଯ୍ୟନ୍ତ ପାଇପ୍‌ଲାଇନ୍, ହଳଦିଆରୁ ପାରାଦୀପ ପର୍ଯ୍ୟନ୍ତ ପାଇପ୍‌ଲାଇନ୍ ସଂଯୋଗ କାର୍ଯ୍ୟ ନିର୍ମାଣଧୀନ


(viii) ଭାରତୀୟ ବାୟୁସେବା ସମ୍ବନ୍ଧରେ ଉଲ୍ଲେଖ କର ।
ଉ- (a) 1953 ମସିହାରେ ବେସାମରିକ ବାୟୁ ପରିବହନ ଜାତୀୟକରଣ କରଣ କରାଯାଇ ଏୟାର ଇଣ୍ଡିଆ (AI) ଓ
ଇଣ୍ଡିଆନ୍ ଏୟାରଲଇନ୍ସ (IA) ନାମରେ ଦୁଇଟି ନିଗମ ସ୍ଥାପିତ ହେଲା । ବର୍ତ୍ତମାନ ଏହି ଦୁଇ ସଂସ୍ଥା ଏୟାର ଇଣ୍ଡିଆ ନାମରେ କାର୍ଯ୍ୟନିର୍ବାହ କରୁଛି ।
(b) ଏୟାର ଇଣ୍ଡିଆଦ୍ଵାରା ଆନ୍ତର୍ଜାତିକ ବେସାମରିକ ବିମାନସେବା ନିର୍ବାହ ହୋଇଥାଏ । ଇଣ୍ଡିଆନ୍ ଏୟାରଲାଇନ୍ସ ଦେଶର ଆଭ୍ୟନ୍ତରୀଣ ବିମାନ ଚଳାଚଳ ଦାୟିତ୍ଵ ସହ ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ –ପୂର୍ବ ଏସିଆର ଦେଶଗୁଡ଼ିକ ସହ ବିମାନ ପରିଚାଳନା କରିଥାଏ ।
(c) ସାହାରା ଏୟାରଲାଇନ୍ସ, ଡେକାନ ଚାଟର, ବିସ୍ତାରା, ଏୟାର ଏସିଆ, ଜେଟ୍ ଏୟାରଲାଇନ୍ସ, ଇଣ୍ଡିଗୋ, ଗୋ ଏୟାର (Go Air) ଆଦି ମୁଖ୍ୟ ଘରୋଇ କମ୍ପାନୀ ମଧ୍ୟ ବେସାମରିକ ବିମାନ ସେବା ନିର୍ବାହ କରୁଛନ୍ତି ।
(d) ବର୍ତ୍ତମାନ ଆନ୍ତର୍ଜାତୀୟ ବିମାନ ବନ୍ଦର ଓ ଘରୋଇ ବିମାନ ବନ୍ଦର ବେସାମରିକ ବିମାନ ସେବା କ୍ଷେତ୍ରରେ କାର୍ଯ୍ୟ କରୁଅଛି ।
(e) ବର୍ତ୍ତମାନ ଦେଶରେ 34 ଟି ଆନ୍ତର୍ଜାତୀୟ ବିମାନ ବନ୍ଦର ଓ 63 ଟି ଆଭ୍ୟନ୍ତରୀଣ ବା ଘରୋଇ ବିମାନ ବନ୍ଦର ରହିଛି । ଏଗୁଡ଼ିକର ପରିଚାଳନା ଦାୟିତ୍ଵ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (Airport Authority of India) ସଂସ୍ଥା ଉପରେ ନ୍ୟସ୍ତ ।


(ix) ଭାରତୀୟ ବାଣିଜ୍ୟ ପଥର ଏକ ବିବରଣୀ ଦିଅ ।
ଉ- (a) ଭାରତୀୟ ବାଣିଜ୍ୟ କାରବାର ସାଧାରଣତଃ ଅନ୍ତର୍ବାଣିଜ୍ୟ ଓ ବହିର୍ବାଣିଜ୍ୟଦ୍ୱାରା ସମ୍ପାଦିତ ହୋଇଥାଏ ।
(b) ଅନ୍ତର୍ବାଣିଜ୍ୟ ଦେଶର ସଡ଼କପଥ, ରେଳପଥ ଓ ନଦୀ, କେନାଲ ଆଦି ଜଳପଥ ମାଧ୍ୟମରେ ହୋଇଥାଏ ।
(c) ବହିର୍ବାଣିଜ୍ୟ ସ୍ଥଳପଥ, ସାମୁଦ୍ରିକପଥ ଓ ଆକାଶପଥ ଦେଇ ପୃଥିବୀର ପ୍ରାୟ ସମସ୍ତ ଦେଶ ଏବଂ ବାଣିଜ୍ୟିକ ଗୋଷ୍ଠୀ ସହ କରାଯାଏ । ଭାରତର ବହିର୍ବାଣିଜ୍ୟ ମୁଖ୍ୟତଃ ସମୁଦ୍ରପଥ ଦେଇ ହୋଇଥାଏ ।
(d) ସାମୁଦ୍ରିକ ପଥ ; ଯଥା –
(1) ସୁଏଜ କେନାଲ ଦେଇ ଇଉରୋପୀୟ ଦେଶଗୁଡ଼ିକ ସହ,
(2) ଉତ୍ତମଶା ଅନ୍ତରୀପ ପଥ ଦେଇ ପଶ୍ଚିମ ଆଫ୍ରିକୀୟ ଦେଶ ଓ ଦକ୍ଷିଣ ଆମେରିକୀୟ ଦେଶସମୂହ 'ସହ,
(3) ସିଂଗାପୁର ସମୁଦ୍ରପଥ ଦେଇ ଦକ୍ଷିଣ-ପୂର୍ବ ଏସିଆ, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ା ସହ,
(4) ମଲ୍ଲିକା ପ୍ରଣାଳୀ ପଥ ଦେଇ ଅଷ୍ଟ୍ରେଲିଆ ଓ ନିଉଜଲ୍ୟାଣ୍ଡ ସହିତବାଣିଜ୍ୟ କାରବାର ହେଉଛି ।
(e) ଆନ୍ତର୍ଜାତୀୟ ବାଣିଜ୍ୟଦ୍ୱାରା ଦେଶର ଆର୍ଥନୀତିକ ବିକାଶ ଘଟେ ।

2. ନିମ୍ନଲିତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(i) ପରିବହନ କହିଲେ କ’ଣ ବୁଝାଯାଏ ?
ଉ- (a) ଯାତ୍ରୀ ବା ଜିନିଷପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବହନ କରିନେବା ପ୍ରକ୍ରିୟାକୁ ପରିବହନ
କୁହାଯାଏ ।
(b) ପରିବହନ ତିନୋଟି ମାଧ୍ଯମରେ କରାଯାଏ, ଯଥା – (i) ସ୍ଥଳ ପରିବହନ, (ii) ଜଳ ପରିବହନ,(iii) ଆକାଶ ପରିବହନ ।


(ii) ଯୋଗାଯୋଗ କେଉଁଥିପାଇଁ ଗୁରୁତ୍ବପୂର୍ଣ ?
ଉ- (a) ଯୋଗାଯୋଗ ମନୁଷ୍ୟର ଜୀବନ ଧାରଣ ପାଇଁ ଅତ୍ୟନ୍ତ ଜରୁରୀ । ପରସ୍ପର ସମ୍ପର୍କ ବିନା ମନୁଷ୍ୟ ବରହିବା କଷ୍ଟକର ।
(b) ଆଜିକାଲି ଟେଲିଫୋନ୍, ଫ୍ୟାକ୍ସ, ଟେଲିଭିଜନ, ମୋବାଇଲ ଫୋନ୍, ଓୟାରଲେସ୍ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ମୁହୂର୍ଭକ ମଧ୍ୟରେ ପୃଥିବୀର ଯେକୌଣସି ସ୍ଥାନରେ ଘଟୁମ୍ବା ଘଟଣାବଳୀର ସୂଚନା ମିଳିପାରୁଛି । ଯୋଗାଯୋଗର ଅଭୂତପୂର୍ବ ଉନ୍ନତି ଯୋଗୁଁ ପୃଥ୍ବୀ ଆଜି ସଙ୍କୁଚିତ ହୋଇଯାଇଛି ।


(iii) ଯୋଗାଯୋଗର 4ଟି ମାଧ୍ଯମର ନାମ ଲେଖ ।
ଉ – ଯୋଗାଯୋଗର 4ଟି ମାଧ୍ଯମ ହେଲା – (1) ଟେଲିଫୋନ୍, (2) ଟେଲିଭିଜନ (T.V.), (3) ଓୟାରଲେସ୍,(4) ସୋସିଆଲ ମିଡ଼ିଆ (ଟୁଇଟର, ଇୟୁଟ୍ୟୁବ, ଇନ୍‌ଷ୍ଟାଗ୍ରାମ୍) ।


(iv) ଗଣମାଧ୍ଯମ କହିଲେ କ'ଣ ବୁଝ ?
ଉ - (a) ଅନେକ ଲୋକଙ୍କୁ ଏକ ସମୟରେ ସେବା ଯୋଗାଇଦେବା ମାଧ୍ୟମକୁ ଗଣମାଧ୍ଯମ କୁହାଯାଏ । ଗଣମାଧ୍ଯମ ଜନସାଧାରଣଙ୍କୁ ଦେଶର ବିଭିନ୍ନ ନୀତି ଓ ଯୋଜନାସମ୍ବନ୍ଧରେ ଅବଗତ କରାଇଥାଏ ।
(b) ରେଡ଼ିଓ, ଟେଲିଭିଜନ, ସମ୍ବାଦପତ୍ର, ମାଗାଜିନ୍, ବହି ଏବଂ ଚଳଚ୍ଚିତ୍ର ଆଦି ଗଣଯୋଗାଯୋଗର ପ୍ରଧାନ ମାଧ୍ଯମ ।


(v) ରାଜ୍ୟ ରାଜପଥ କାହାକୁ କୁହାଯାଏ ?
ଉ - (a) ରାଜ୍ୟ ରାଜପଥ ସମ୍ପୃକ୍ତ ରାଜ୍ୟର ରାଜଧାନୀ ସହ ବିଭିନ୍ନ ଜିଲ୍ଲାର ସଦର ମହକୁମା, ପ୍ରଧାନ ସହର ଓ ଶିଳ୍ପକେନ୍ଦ୍ରଗୁଡ଼ିକୁ ସଂଯୋଗ କରିଥାଏ ।
(b) ରାଜ୍ୟ ରାଜପଥଗୁଡ଼ିକର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ରାଜ୍ୟ ସରକାର ବହନ କରିଥା’ନ୍ତି ।


(vi) ତିନୋଟି ଗଣମାଧ୍ଯମର ନାମ ଲେଖ ।
ଉ – (i) ରେଡ଼ିଓ (ii) ଟେଲିଭିଜନ (iii) ସମ୍ବାଦପତ୍ର ଆମ ଦେଶର ତିନୋଟି ମୁଖ୍ୟ ଗଣମାଧ୍ୟମ ।


(vii) ଭାରତରେ କେତୋଟି ରେଳବାଇ ମଣ୍ଡଳ ଅଛି ?
ଉ – ଭାରତରେ ବର୍ତ୍ତମାନ 17 ଗୋଟି (କାର୍ଯ୍ୟରତ) ରେଳବାଇ ମଣ୍ଡଳ ଅଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ 18 ତମ ରେଳବାଇ ବୋର୍ଡ଼ ସ୍ଥାପନା ପାଇଁ ଘୋଷଣା କରାଯାଇଛି ।


(viii) ଭାରତରେ ଜଳ ପରିବହନ ପାଇଁ ଦୁଇଟି ଉପଯୁକ୍ତ ନଦୀର ନାମ ଲେଖ ।
ଉ – ଭାରତରେ ଜଳ ପରିବହନ ପାଇଁ ଦୁଇଟି ଉପଯୁକ୍ତ ନଦୀର ନାମ ହେଲା – ଗଙ୍ଗାନଦୀ ଓ ବ୍ରହ୍ମପୁତ୍ର ନଦୀ । ଏହି ନଦୀଦ୍ୱୟ ଚିରସ୍ରୋତା ।


(ix) ପରିବହନ କିପରି ଦେଶର ଏକତା ଭାବକୁ ଦୃଢ଼ କରେ ?
ଉ - (a) ପରିବହନ ବ୍ୟବସ୍ଥାଦ୍ଵାରା ଭାରତ ଭଳି ଏକ ବିଭିନ୍ନତାପୂର୍ଣ୍ଣ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥା'ନ୍ତି ।
(b) ଏହାଦ୍ୱାରା ଦେଶର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ମାଧ୍ୟମରେ ଭେଦଭାବ ଦୂର ହୋଇ ଦେଶର ଏକତା ଦୃଢ଼ ହୋଇଥାଏ ।


(x) ଭାରତର ପୂର୍ବ ଉପକୂଳରେ ଅବସ୍ଥିତ 4ଟି ପ୍ରଧାନ ବନ୍ଦରର ନାମ ଲେଖ ।
ଉ – ଭାରତର ପୂର୍ବ ଉପକୂଳରେ ଅବସ୍ଥିତ 4ଟି ପ୍ରଧାନ ବନ୍ଦରର ନାମ ହେଲା – (i) କୋଲକାତା, (ii) ହଳଦିଆ, (iii) ପାରାଦ୍ଵୀପ, (iv) ବିଶାଖାପାଟଣା ।


(xi) ହିମାଚଳ ପ୍ରଦେଶର ମନାଲିଠାରୁ ଲାଦାଖର ଲେହ ପର୍ଯ୍ୟନ୍ତ ବିସ୍ତୃତ ସଡ଼କପଥ କେଉଁ ସଡ଼କ ଶ୍ରେଣୀଭୁକ୍ତ ?
ଉ – ହିମାଚଳ ପ୍ରଦେଶର ମନାଲିଠାରୁ ଲାଦାଖର ଲେହ ପର୍ଯ୍ୟନ୍ତ ବିସ୍ତୃତ ସଡ଼କପଥ ସୀମାନ୍ତ ସଡ଼କର ଅନ୍ତର୍ଭୁକ୍ତ । ଏହା ପୃଥିବୀର ସର୍ବୋଚ୍ଚ ସଡ଼କପଥ ।


(xii) ସ୍ୱର୍ଣ୍ଣ ଚତୁର୍ଭୁଜ କହିଲେ କ’ଣ ବୁଝ ?
ଉ – ଦେଶର ଚାରୋଟି ବୃହତ୍ ମହାନଗରୀ ଦିଲ୍ଲୀ, ମୁମ୍ବାଇ, କୋଲକତା ଓ ଚେନ୍ନାଇ ସହରଗୁଡ଼ିକୁ ପରସ୍ପର ସହିତ ସଂଯୋଗ କରୁଥିବା ସଡ଼କପଥକୁ ସ୍ୱର୍ଣ୍ଣ

(xiv) ଭାରତରେ ଥିବା 4ଟି ସମ୍ବାଦ ସରବରାହ ସଂସ୍ଥାର ନାମ ଲେଖ ।
ଉ – ଭାରତରେ ଥିବା 4ଟି ସମ୍ବାଦ ସରବରାହ ସଂସ୍ଥାର ନାମ ହେଲା –
(i) ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (P.T.I.) (ଇଂରାଜୀ ଭାଷା)
(ii) ୟୁନାଇଟେଡ଼୍ ନିଉଜ୍ ଅଫ୍ ଇଣ୍ଡିଆ (UNI) (ଇଂରାଜୀ ଭାଷା)
(iii) ସମାଚାର ଭାରତୀ (ହିନ୍ଦୀ ଭାଷା)
(iv) ହିନ୍ଦୁସ୍ଥାନ ସମାଚାର (ହିନ୍ଦୀ ଭାଷା)


(xv) ଭାରତରୁ ରପ୍ତାନି ହେଉଥିବା 4ଟି ଦ୍ରବ୍ୟର ନାମ ଲେଖ ।
ଉ – ଭାରତର ରପ୍ତାନି ହେଉଥୁବା 4ଟି ଦ୍ରବ୍ୟର ନାମ ହେଲା –
(i) ଶିଳ୍ପଜାତ ଦ୍ରବ୍ୟ (ii) କୃଷିଭିଭିକ ପଣ୍ୟଦ୍ରବ୍ୟ (iii) ଇଞ୍ଜିନିୟରିଂ ଦ୍ରବ୍ୟ (iv) ଖଣିଜ ପିଣ୍ଡ


(xvi) ବାଣିଜ୍ୟିକ ଉଦ୍‌ବୃତ୍ତି କ’ଣ ?
ଉ — (a) ରପ୍ତାନି ଓ ଆମଦାନି ମଧ୍ୟରେ ଥିବା ବ୍ୟବଧାନକୁ ବାଣିଜ୍ୟିକ ଉଦ୍‌ବୃଦ୍ଧି (Balance of Trade)କୁହାଯାଏ ।
(b) ଭାରତ ପାଇଁ ବାଣିଜ୍ୟିକ ଉଦ୍‌ବୃତ୍ତି ବିଗତ ଶତାବ୍ଦୀର ଶେଷ ଦଶକରୁ ପ୍ରତିକୂଳ ହୋଇଛି ।


(xvii) ଭାରତର ବହିର୍ବାଣିଜ୍ୟ କେଉଁ ଦେଶମାନଙ୍କ ସହ ହେଉଛି ତା’ର ଏକ ସୂଚନା ଦିଅ ।
ଉ – (a) ଭାରତ ପୃଥ‌ିବୀର ପ୍ରାୟ ସମସ୍ତ ଦେଶ ଏବଂ ବାଣିଜ୍ୟିକ ଗୋଷ୍ଠୀ ସହତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଛି ।
(b) ପେଟ୍ରୋଲିୟମ୍ ଉତ୍ପାଦନକାରୀ ଦେଶସମୂହ, ଇଉରୋପୀୟ ଆର୍ଥନୀତିକ ଗୋଷ୍ଠୀ (E.E.C.), ପୂର୍ବ ଇଉରୋପୀୟ ରାଷ୍ଟ୍ର, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ରୁଷିଆ ଆଦି ଦେଶ ସହ ଭାରତର ବାଣିଜ୍ୟ କାରବାର ଚାଲୁ ରହିଛି ।


(xviii)ସର୍ବପୁରାତନ ଜାତୀୟ ରାଜପଥର ନାମ ଲେଖ ।
ଉ – ଗ୍ରାଣ୍ଡଟ୍ରକ୍ ରୋଡ଼ ଦେଶର ସର୍ବପୁରାତନ ଜାତୀୟ ରାଜପଥ ।


(xix) କେଉଁ କେଉଁ ରାଜ୍ୟରେ ହଳଦିଆ, ତୁତିକୋରିନ୍‌ ଓ କାଣ୍ଡଲା ବନ୍ଦରଗୁଡ଼ିକ ଅବସ୍ଥିତ ।

3. ପାର୍ଥକ୍ୟ ଦର୍ଶାଅ

4. କାରଣ ଦର୍ଶାଅ ।

(i) ପରିବ‌ହନ ବ୍ୟବସ୍ଥାକୁ ଦେଶର ଜୀବନରେଖା କୁହାଯାଏ ।
(a) ପରିବହନ ବ୍ୟବସ୍ଥା ମନୁଷ୍ୟ ଶରୀରର ରକ୍ତ ସଞ୍ଚାଳନ ସହ ତୁଳନୀୟ । ରକ୍ତ ସଞ୍ଚାଳନ ମନୁଷ୍ୟ ଜୀବନ ପାଇଁ ଯେପରି ଗୁରୁତ୍ବପୂର୍ଣ୍ଣ ଦେଶର ଅର୍ଥନୀତିର ସୁପରିଚାଳନା ପାଇଁ ପରିବହନ ବ୍ୟବସ୍ଥା ସେହିଭଳି ମହତ୍ତ୍ବପୂର୍ଣ୍ଣ
(b) ପରିବହନଦ୍ୱାରା ଉତ୍ପାଦନ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ସଂଯୋଗ ସ୍ଥାପିତ ହୁଏ । ଜିନିଷପତ୍ର ନେବା ଆଣିବା ଆଜିର ଦ୍ରୁତ ପରିବହନ ବ୍ୟବସ୍ଥାଦ୍ୱାରା ବେଶ୍ ସୁବିଧାରେ ହୋଇପାରୁଛି । ତେଣୁ ଏହାକୁ ଦେଶର ଜୀବନରେଖା କୁହାଯାଏ ।


(ii) ଅଗମ୍ୟ ଅଞ୍ଚଳରେ ବାୟୁ ପରିବହନ ଗୁରୁତ୍ୱପୂର୍ଣ୍ଣ ।
(a) ଅଗମ୍ୟ ଅଞ୍ଚଳର ସଡ଼କପଥ ଓ ରେଳପଥ ନିର୍ମାଣ କଷ୍ଟସାଧ୍ଯ । ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ଦୁର୍ଭିକ୍ଷ, ଭୂମିକମ୍ପ ମହାମାରୀ (କରୋନା ) ଓ ଯୁଦ୍ଧ ସମୟରେ ଆକାଶ ପରିବହନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ ।
(b) ତେଣୁ ଅଗମ୍ୟ ଦୂରଦୂରାନ୍ତ ଏବଂ ବିପଦସଙ୍କୁଳ ସ୍ଥାନମାନଙ୍କ ସହିତ ପରିବହନ ଓ ଯୋଗାଯୋଗ ପାଇଁ ଆକାଶପଥ ହିଁ ଏକମାତ୍ର ମାଧ୍ଯମ ଅଟେ ।


(iii) ପାଇପ୍‌ଲାଇନ୍‌ଦ୍ୱାରା ପେଟ୍ରୋଲିୟମ ପରିବହନ ସୁବିଧାଜନକ ।
(a) ପାଇପ୍ଲାଇନ୍‌ଦ୍ୱାରା ତରଳ ଓ ବାଷ୍ପୀୟ ପଦାର୍ଥ ପରିବହନ ସମ୍ଭବ । ସାଧାରଣତଃ ପାଇପ୍ଲାଇଦ୍ୱାରା ସହର ଓ ଶିଳ୍ପକେନ୍ଦ୍ରଗୁଡ଼ିକୁ ଜଳଯୋଗାଣ କରାଯାଏ ।
(b) ଏବେ ପାଇପ୍ଲାଇନ୍ ଦ୍ୱାରା ଅଶୋଧିତ ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନ, କ୍ଷେତ୍ର ବିଶୋଧନାଗାର ଏବଂ ବୃହତ୍ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦିଆଯାଉଛି । ଏହାଦ୍ବାରା ପରିବହନ ଖର୍ଚ୍ଚ କମ୍ ହେଉଛି ।


(iv) ସଡ଼କପଥ ସମସ୍ତ ପରିବହନ ବ୍ୟବସ୍ଥା ମଧ୍ୟରେ ଅଧ‌ିକ ଗୁରୁତ୍ବପୂର୍ଣ୍ଣ ।
ଉ : - (a) ସଡ଼କପଥ ପୃଥ୍ବୀର ସର୍ବବୃହତ୍ ପରିବହନ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ । ଏହି ପଥଦ୍ଵାରା ଅଳ୍ପ ଓ ମଧ୍ଯମ ଦୂରତ୍ବ ପାଇଁ ଯାତ୍ରୀ ଓ ଜିନିଷପତ୍ର ପରିବହନ ସୁବିଧାଜନକ । ସଡ଼କପଥ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ରେଳପରିବହନ ତୁଳନାରେ ଖର୍ଚ୍ଚ କମ୍ ।
(b) ସଡ଼କପଥଦ୍ୱାରା ଘରକୁ ଘର ସେବା ଯୋଗାଇ ଦିଆଯାଇପାରୁଛି ଯାହା ରେଳପ‌ଥଦ୍ୱାରା ସମ୍ଭବ ନୁହେଁ । ଶୀଘ୍ର ପଚିସଢ଼ି ଯାଉଥୁବା ଦ୍ରବ୍ୟ; ଯଥା – ପନିପରିବା ଓ ଫଳ ଇତ୍ୟାଦିର ପରିବହନ ସଡ଼କପଥରେ କରାଯିବା ଅନ୍ୟ ମାଧ୍ୟମଠାରୁ ଅଧିକ କାର୍ଯ୍ୟକ୍ଷମ । ତେଣୁ ଏହା ସମସ୍ତ ପରିବହନ ବ୍ୟବସ୍ଥା ମଧ୍ଯରୁ ଅଧିକ ଗୁରୁତ୍ବପୂର୍ଣ୍ଣ ।

5. ‘କ’ ସ୍ତମ୍ଭରେ ଦିଆଯାଇଥିବା ରେଳବାଇ ମଣ୍ଡଳଗୁଡ଼ିକୁ ‘ଖ’ ସ୍ତମ୍ଭରେ ଦିଆଯାଇଥିବା ସମ୍ପୃକ୍ତ ପ୍ରଧାନ କାର୍ଯ୍ୟାଳୟ ସହ ଯୋଡ଼ି ଲେଖ ।


6. ଭାରତର ଏକ ରେଖାଙ୍କିତ ମାନଚିତ୍ରରେ ରେ ନିମ୍ନଲିଖୂତ ସ୍ଥାନଗୁଡ଼ିକ ଦର୍ଶାଅ :

ଉ-

7. ବନ୍ଧନୀ ମଧ୍ଯରେ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତରଗୁଡ଼ିକରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(a) ବ୍ରଡ଼ଗେଜ ରେଳରାସ୍ତାରେ ଦୁଇଟି ଧାରଣା ମଧ୍ୟରେ ବ୍ୟବଧାନ ମିଟର ଅଟେ ।
(0.72, 1.6, 1.67, 1.76)


(b) ଦକ୍ଷିଣ-ପଶ୍ଚିମ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅବସ୍ଥିତ ।
(ମୁମ୍ବାଇ, ଜୟପୁର, ବିଳାସପୁର, ହୁବୁଳି)


(c) ଭାରତର ଦକ୍ଷିଣ ଆମେରିକୀୟ ଦେଶମାନଙ୍କ ସହିତ ସମୁଦ୍ରପଥ ଦେଇ ବାଣିଜ୍ୟ କାରବାର ହୁଏ ।
(ସିଙ୍ଗାପୁର, ଉତ୍ତମାଶା ଅନ୍ତରୀପ, ସୁଏଜ୍ କେନାଲ, ଅଷ୍ଟ୍ରେଲିଆ ପଥ)


(d) ଭାରତରେ ଟି ପ୍ରଧାନ ବନ୍ଦର ଅଛି ।
(10, 11, 12, 13)
(e) ଚଳଚ୍ଚିତ୍ର ନିର୍ମାଣରେ ଭାରତର ସ୍ଥାନ ପୃଥ‌ିବୀରେ ଅଟେ ।
( ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ)

(f) ଭାରତରେ ଭାଷାରେ ସବୁଠାରୁ ଅଧିକ ସମ୍ବାଦପତ୍ର ପ୍ରକାଶ ପାଏ ।
(ଇଂରାଜୀ, ହିନ୍ଦୀ, ବଙ୍ଗାଳୀ, ମାଲୟାଲମ୍)

ଉତ୍ତର
(a) 1.67, (b) ହୁବୁଳି, (c) ଉତ୍ତମାଶା ଅନ୍ତରୀପ, (d) 12, (e) ପ୍ରଥମ, (f) ହିନ୍ଦୀ