9th Class Physical Science (ଭୌତିକ ବିଜ୍ଞାନ) - Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି All Question With Answer

↓ Question & Answer ↓

1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?
  1. ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
  2. ସୋଡ଼ିୟମ୍‌ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ର ପୃଥକୀକରଣ ।
  3. ଗୋଟିଏ କାର୍‌ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
  4. ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
  5. ଦହିରୁ ଲହୁଣିର ପୃଥକୀକରଣ ।
  6. ପାଣିରୁ ତେଲର ପୃଥକୀକରଣ ।
  7. ଚାହାରୁ ଚାହାପତ୍ରର ପୃଥକୀକରଣ ।
  8. ବାଲିରୁ ଲୁହା ପିନ୍ ର ପୃଥକୀକରଣ ।
  9. ଗହମଦାନାରୁ ଚୋପାର ପୃଥକୀକରଣ ।
  10. ଜଳରେ ଭାସୁଥ‌ିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
  11. ଉ –

    1. ରାଷ୍ଟ1ଭବନ ଓ ସୁଟିକ1କରଣ
    2. ଊର୍ଦ୍ଧ୍ବ ପାତନ
    3. ପରିସ୍ରବଣ
    4. କ୍ରୋମାଟୋଗ୍ରାଫି
    5. କୋଦ୍ରାପସାରଣ ପଦ୍ଧତି
    6. ପୃଥକ1କରଣ ଫନେଲ
    7. ଚାଲୁଣୀରେ ଛାଣିବା
    8. ଚୁମ୍ବକୀୟ ପୃଥକୀକରଣ
    9. କୁଲା ଦ୍ଵାରା ପାଦୁଡିବ୍
    10. ପରିସ୍ରବଣ
ଉ –
  1. ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
  2. ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
  3. ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
  4. ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
  5. ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।

(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍‌ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?

(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍‌ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।

(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧିକ?

(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?



Ans:
(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍‌ର ନାଇଟ୍ରେଟର ପରିମାଣ \frac{62}{2}=31 ଗ୍ରାମ୍

(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।

(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 37 ଗ୍ରାମ୍

(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।

ଉ –

(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।

ଉଦାହରଣ – ଜଳରେ କପର ସଲ୍‌ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍‌ଫେଟ୍ରର ପୃକ୍ତ ଦ୍ରବଣ ।

(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।

(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍‌ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍‌ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।

(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥ‌ିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।

ଉଦାହରଣ – ବନ୍ୟାଜଳ, ଚକ୍‌ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍‌ ଉଦାହରଣ ।

ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ

ଉ –

  1. ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
  2. ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
  3. ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧ‌ିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।

ଉ –
ବିଶୁଦ୍ଧ ପଦାର୍ଥ ଗୁଡିକ ହେଲା – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍,ପାରଦ

ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।

କ୍ଷୀର ଓ ଷ୍ଟାର୍ଚ୍ଚ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।

ଉ –
ମୌଳିକ – ସୋଡ଼ିୟମ୍‌ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍‌ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା

ଉ –

- ଏକ ଗଛର ବୃଦ୍ଧି
- ଲୁହାରେ କଳଙ୍କି ଲାଗିବା
- ଲୁହା ଗୁଣ୍ଡ ଓ ବାଲି ମିଶିବା
- ଖାଦ୍ୟ ଚାନ୍ଦିବା
- ଖାଦ୍ୟ ହଜମ ହେବା
- ଜଳ ବରଫ ହେବା
- ମହମବତୀ ଜଳିବା ।

BSE Odisha 9th Class Physical Science (ଭୌତିକ ବିଜ୍ଞାନ) Detailed Text:

Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ
Chapter 3 ପରମାଣୁ ଓ ଅଣୁ
Chapter 4 ପରମାଣୁ ଗଠନ