9th Class Physical Science (ଭୌତିକ ବିଜ୍ଞାନ) - Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି All Question With Answer

↓ Question & Answer ↓

1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?
  1. ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
  2. ସୋଡ଼ିୟମ୍‌ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ର ପୃଥକୀକରଣ ।
  3. ଗୋଟିଏ କାର୍‌ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
  4. ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
  5. ଦହିରୁ ଲହୁଣିର ପୃଥକୀକରଣ ।
  6. ପାଣିରୁ ତେଲର ପୃଥକୀକରଣ ।
  7. ଚାହାରୁ ଚାହାପତ୍ରର ପୃଥକୀକରଣ ।
  8. ବାଲିରୁ ଲୁହା ପିନ୍ ର ପୃଥକୀକରଣ ।
  9. ଗହମଦାନାରୁ ଚୋପାର ପୃଥକୀକରଣ ।
  10. ଜଳରେ ଭାସୁଥ‌ିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
  11. ଉ –

    1. ରାଷ୍ଟ1ଭବନ ଓ ସୁଟିକ1କରଣ
    2. ଊର୍ଦ୍ଧ୍ବ ପାତନ
    3. ପରିସ୍ରବଣ
    4. କ୍ରୋମାଟୋଗ୍ରାଫି
    5. କୋଦ୍ରାପସାରଣ ପଦ୍ଧତି
    6. ପୃଥକ1କରଣ ଫନେଲ
    7. ଚାଲୁଣୀରେ ଛାଣିବା
    8. ଚୁମ୍ବକୀୟ ପୃଥକୀକରଣ
    9. କୁଲା ଦ୍ଵାରା ପାଦୁଡିବ୍
    10. ପରିସ୍ରବଣ
2. ଦ୍ରବଣ, ଦ୍ରାବକ, ଦ୍ରବ, ମିଳେଇଯିବା, ଦ୍ରବୀଭୂତ, ଅଦ୍ରବୀଭୂତ, ଛାଣିବା ଓ ବଳକା ଅଂଶ ଇତ୍ୟାଦି ଶବ୍ଦ ବ୍ୟବହାର କରି ଚାହା ପ୍ରସ୍ତୁତିର ସୋପାନଗୁଡ଼ିକ ଲେଖ ।
ଉ –
  1. ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
  2. ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
  3. ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
  4. ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
  5. ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।
3. ବନ୍ଦନା ବିଭିନ୍ନ ତାପମାତ୍ରାରେ ତିନୋଟି ଭିନ୍ନ ପଦାର୍ଥର ଦ୍ରବଣୀୟତା ପର ତଥ୍ୟଗୁଡ଼ିକ ସଂଗ୍ରହ କଲା । 100g ଜଳରେ କେତେ ଗ୍ରାମର ପଦାର୍ଥ ସୃଷ୍ଟି ହୋଇପାରିବ, ସେହି ଦ୍ରବଣୀୟତା ସାରଣୀରେ ଦିଆଯାଇଛି ।

(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍‌ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?

(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍‌ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।

(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧିକ?

(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?



Ans:
(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍‌ର ନାଇଟ୍ରେଟର ପରିମାଣ \frac{62}{2}=31 ଗ୍ରାମ୍

(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।

(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 37 ଗ୍ରାମ୍

(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।

4. ନିମ୍ନଲିଖୂତଗୁଡ଼ିକୁ ଉଦାହରଣ ଦେଇ ବୁଝାଅ ।
(a) ପୃକ୍ତ ଦ୍ରବଣ, (b) ବିଶୁଦ୍ଧ ପଦାର୍ଥ, (c) କଲଏଡ୍, (d) ସସ୍ପେନ୍‌ସନ୍ ।

ଉ –

(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।

ଉଦାହରଣ – ଜଳରେ କପର ସଲ୍‌ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍‌ଫେଟ୍ରର ପୃକ୍ତ ଦ୍ରବଣ ।

(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।

(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍‌ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍‌ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।

(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥ‌ିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।

ଉଦାହରଣ – ବନ୍ୟାଜଳ, ଚକ୍‌ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍‌ ଉଦାହରଣ ।

5. ନିମ୍ନଲିଖୂତ ପ୍ରତ୍ୟେକକୁ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । ସୋଡ଼ାପାଣି, କାଠ, ବାୟୁ, ମାଟି, ଭିନେଗାର, ଛଣା ଚାହା ।

ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ

6. ତୁମକୁ ଦିଆଯାଇଥବା ଏକ ରଙ୍ଗହୀନ ତରଳ, ବିଶୁଦ୍ଧ ପାଣି ବୋଲି କିପରି ଜାଣିବ ?

ଉ –

  1. ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
  2. ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
  3. ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧ‌ିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।
7. ନିମ୍ନଲିଖତ କେଉଁ ଦ୍ରବ୍ୟଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
(a) ବରଫ (b) କ୍ଷୀର (c) ଲୁହା (d) ଲବଣାମ୍ଳ (e) କାସିୟମ୍ ଅକ୍‌ସାଇଡ୍ (f) ପାରଦ (g) ଇଟା (h) କାଠ (i) ବାୟୁ ।

ଉ –
ବିଶୁଦ୍ଧ ପଦାର୍ଥ ଗୁଡିକ ହେଲା – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍,ପାରଦ

8. ନିମ୍ନଲିଖୁତ ମିଶ୍ରଣମାନଙ୍କ ମଧ୍ୟରୁ ଦ୍ରବଣଗୁଡ଼ିକୁ ଚିହ୍ନାଅ ।
(a) ମାଟି (b) ସମୁଦ୍ରଜଳ (c) ବାୟୁ (d) କୋଇଲା (e) ସୋଡ଼ା ପାଣି

ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।

9. ନିମ୍ନଲିଖତ କେଉଁ ଉଦାହରଣରେ ଟିଣ୍ଡାଲ ସିଦ୍ଧାନ୍ତ ଦେଖୁହେବ । (a) ଲୁଣ ଦ୍ରବଣ (b) କ୍ଷୀର (c) କପର ସଲଫେଟ୍ ଦ୍ରବଣ (d) ଷ୍ଟାର୍ଚ୍ଚ ଦ୍ରବଣ

କ୍ଷୀର ଓ ଷ୍ଟାର୍ଚ୍ଚ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।

10. ନିମ୍ନଲିଖତ ଦ୍ରବ୍ୟଗୁଡ଼ିକୁ ମୌଳିକ, ଯୌଗିକ ଓ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । (a) ସୋଡ଼ିୟମ୍‌ (b) ମାଟି (c) ଚିନି ଦ୍ରବଣ (d) ରୁପା (e) କାଲସିୟମ୍ କାର୍ବୋନେଟ୍ (f) ଟିଣ (g) ସିଲିକନ୍ (h) କୋଇଲା (i) ବାୟୁ (j) ସାବୁନ (k) ମିଥେନ (l) କାର୍ବନ୍ ଡାଇଅକ୍‌ସାଇଡ୍ (m) ରକ୍ତ ।

ଉ –
ମୌଳିକ – ସୋଡ଼ିୟମ୍‌ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍‌ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା

11. ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ?

ଉ –

- ଏକ ଗଛର ବୃଦ୍ଧି
- ଲୁହାରେ କଳଙ୍କି ଲାଗିବା
- ଲୁହା ଗୁଣ୍ଡ ଓ ବାଲି ମିଶିବା
- ଖାଦ୍ୟ ଚାନ୍ଦିବା
- ଖାଦ୍ୟ ହଜମ ହେବା
- ଜଳ ବରଫ ହେବା
- ମହମବତୀ ଜଳିବା ।