10th Class Algebra(ବୀଜଗଣିତ ) - Chapter 1 ସରଳ ସହସମୀକରଣ Ex 1(a) All Question With Answer

↓ Question & Answer ↓

Question 1. ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।

(i) x + y = 0 ସମୀକରଣର ଅନ୍ୟତମ ସମାଧାନ ___________ । [(4, 5), (5, 5), (- 4, 4), (-4, 5)]
(ii) x – 2y = 0 ସମୀକରଣର ଅନ୍ୟତମ ସମାଧାନ ___________ । [(4, 2), (- 4, 2), (4, – 2), (- 4, – 2)]
(iii) 2x + y + 2 = 0 ସମୀକରଣର ଅନ୍ୟତମ ସମାଧାନ ___________ । [(0, 2), (2, 0), (- 2, 0), (0, – 2)]
(iv) x – 4y + 1 = 0 ହେଲେ x = ______ । [4y-1, 4y+1,-4y + 1, -4y – 1]
(v) 2x-y+2 = 0 ହେଲେ y = ______ । [2x – 2, 2x + 2, 2x – 2, – 2x – 2]
(vi) x-2y + 3 = 0 ହେଲେ y = ______ । [½(x + 3), – ½(x – 3), – ½(-x + 3), – ½(x + 3)]

Ans:
(i) (- 4, 4), (ii) (4, 2), (iii) (0, – 2), (iv) 4y – 1, (v) 2x + 2, (vi) 1⁄2 (x + 3)


(ii) x – 2y = 0 ସମୀକରଣର ଅନ୍ୟତମ ସମାଧାନ (4, 2) ଓ (- 4, -2) (କାରଣ x = 2y)

(iii) 2x + y + 2 = 0 ସମୀକରଣର ଅନ୍ୟତମ ସମାଧାନ (0, -2) (କାରଣ 2x = -(y+2))

(iv) x – 4y + 1 = 0 ⇒ x = 4y – 1

(v) 2x – y + 2 = 0 ⇒ 2x +2 = y ⇒ y = 2x + 2

(vi) x-2y+3 = 0 ⇒ x + 3 = 2y ⇒ y = ½(x +3)

Question 2. ନିମ୍ନରେ ଦତ୍ତ ସହସମୀକରଣ ଯୋଡ଼ିରୁ କେଉଁ ସମୀକରଣ ଯୋଡ଼ି କ୍ଷେତ୍ରରେ

(i) ଅନନ୍ୟ ସମାଧାନ ସମ୍ଭବ
(ii) ଅସଂଖ୍ୟ ସମାଧାନ ସମ୍ଭବ ଏବଂ
(iii) ସମାଧାନ ସମ୍ଭବ ନୁହେଁ ?
(i) x + y + 1 = 0, x – y + 1 = 0
(ii) x + y + 1 = 0, 2x + 2y + 2 = 0
(iii) x + y + 1 = 0, x + y + 3 = 0
(iv) 2x – y + 3 = 0, – 4x + 2y – 6=0
(v) 2x – y + 3 = 0, 2x + y -3 = 0
(vi) 2x – y+3 = 0, – 6x + 3y+5=0
ସମାଧାନ :
a1x+by+ c2 = 0 ଏବଂ a2x + b2y + c2 = 0 ସମୀକରେ
(i) ଅନନ୍ୟ ସମାଧାନ ସମ୍ଭବ, ଯଦି $$ \frac{a_1}{a_2} \ne \frac{b_1}{b_2} $$ ହେବ
(ii) ଅସଂଖ୍ୟ ସମାଧାନ ସମ୍ଭବ, ଯଦି $$\frac{a_1}{a_2} = \frac{b_1}{b_2} = \frac{c_1}{c_2}$$ ହେବ ଏବଂ
(iii) ସମାଧାନ ଅସମ୍ଭବ, ଯଦି $$\frac{a_1}{a_2} = \frac{b_1}{b_2} \ne \frac{c_1}{c_2}$$ ହେବ ।
(i) ସହସମୀକରଣ ହେବ (a) x + y + 1 = 0 ଏଠାରେ a1 = 1, b1 = 1, c1 = 1
(b) x – y + 1 = 0 ଏବଂ a2 = 1, b2 = – 1, c2 = 1
$$ \therefore \frac{a_1}{a_2} = \frac{1}{2} = 1, \frac{b_1}{b_2} = \frac{1}{-1} = -1$$
ଏଠାରେ $$\frac{a_1}{a_2} \ne \frac{b_1}{b_2}$$ ହେତୁ ସମୀକରଣ ଦ୍ଵୟର ଅନନ୍ୟ ସମାଧାନ ରହିବ ।
(ii) ସମୀକରଣଦ୍ଵୟ x + y + 1 = 0 ଓ 2x + 2y + 2 = 0
ଏଠାରେ a1 = 1, b1 = 1, c1 = 1 ଏବଂ a2 = 2, b2 = 2, c2 = 2
$$\therefore \frac{a_1}{a_2} = \frac{b_1}{b_2} = \frac{c_1}{c_2}$$ ହେତୁ ସମୀକରଣ ଦ୍ଵୟର ଅନନ୍ୟ ସମାଧାନ ସମ୍ଭବ।

(iii) ସମୀକରଣଦ୍ଵୟ x + y + 1 = 0 ଓ x + y + 3 = 0
ଏଠାରେ $$ a_1 = 1, b_1 = 1, c_1 = 1 \text{ଏବଂ} a_2 = 1, b_2 = 1, c_2 = 3 $$
$$ \therefore \frac{a_1}{a_2} = \frac{b_1}{b_2} \ne \frac{c_1}{c_2}$$ ହେତୁ ସମାଧାନ ସମ୍ଭବ ନୁହେଁ ।

(iv) 2x – y + 3 = 0 ଓ – 4x + 2y – 6 = 0
ଏଠାରେ $$ a_1 = 2, b_1 = -1, c_1 = 3; a_2 = -4, b_2 = 2, c_2 = -6$$
$$ \therefore \frac{a_1}{a_2} = \frac{b_1}{b_2} = \frac{c_1}{c_2}$$ ହେତୁ ସମୀକରଣ ଦ୍ଵୟର ଅନନ୍ୟ ସମାଧାନ ରହିବ ।

(v) 2x – y + 3 = 0, 2x + y – 3 = 0
ଏଠାରେ $$ a_1 = 2, b_1 = -1, c_1 = 3; a_2 = 2, b_2 = 1, c_2 = -3$$
$$ \therefore \frac{a_1}{a_2} \ne \frac{b_1}{b_2}$$ ହେତୁ ଅନନ୍ୟ ସମାଧାନ ସମ୍ଭବ ।

(vi) 2x – y + 3 = 0, -6x + 3y + 5 = 0
ଏଠାରେ $$ a_1 = 2, b_1 = -1, c_1 = 3; a_2 = -6, b_2 = 3, c_2 = 5$$
$$ \therefore \frac{a_1}{a_2} = \frac{b_1}{b_2} \ne \frac{c_1}{c_2}$$ ହେତୁ ସମାଧାନ ସମ୍ଭବ ନୁହେଁ ।

Question 3. ନିମ୍ନଲିଖୂତ ସମୀକରଣଗୁଡ଼ିକର ଲେଖଚିତ୍ର ଅଙ୍କନ ପାଇଁ ଯେକୌଣସି ତିନିଗୋଟି ବିନ୍ଦୁର ସ୍ଥାନାଙ୍କ ନିରୂପଣ କର ।

(i) x – y = 0
(ii) x + y = 0
(iii) x – 2y = 0
(iv) x + 2y – 4 = 0
(v) x – 2y – 4 = 0
(vi) 2x – y + 4 = 0


ସମାଧାନ : ଏକଘାତୀ ଦୁଇ ଅଜ୍ଞାତ ରାଶିବିଶିଷ୍ଟ ସମୀକରଣର ଅସଂଖ୍ୟ ସମାଧାନ ଥାଏ ।
(i) x – y = 0
⇒ x = y ⇒ y = x

x 1 -2 3
y 1 -2 3

‘x’ର ଏକ ନିର୍ଦ୍ଦିଷ୍ଟ ମାନପାଇଁ yର ଆନୁସଙ୍ଗିକ ମାନ ସାରଣୀରେ ନିର୍ଣ୍ଣୟ କରାଯାଇଛି ।
∴ ଦତ୍ତ ସମୀକରଣର ଲେଖଚିତ୍ର ପାଇଁ ତିନୋଟି ବିନ୍ଦୁର ସ୍ଥାନାଙ୍କ (1, 1), (- 2, · 2) ଏବଂ (3, 3) ।


(ii) x + y = 0
⇒ y = -x

x -1 2 -3
y 1 -2 3

‘x’ର ଏକ ନିର୍ଦ୍ଦିଷ୍ଟ ମାନପାଇଁ yର ଆନୁସଙ୍ଗିକ ମାନ ସାରଣୀରେ ନିର୍ଣ୍ଣୟ କରାଯାଇଛି ।
∴ ଦତ୍ତ ସମୀକରଣର ଲେଖଚିତ୍ର ପାଇଁ ତିନୋଟି ବିନ୍ଦୁର ସ୍ଥାନାଙ୍କ (- 1, 1), (2, − 2) ଏବଂ (-3, 3) ।


(iii) x – 2y = 0 ⇒ x = 2y
⇒ y = $$ \frac{1}{2}$$x

x 2 -2 4
y 1 -1 2

‘x’ର ଏକ ନିର୍ଦ୍ଦିଷ୍ଟ ମାନପାଇଁ ଦୂର ଆନୁସଙ୍ଗିକ ମାନ ସାରଣୀରେ ନିର୍ଣ୍ଣୟ କରାଯାଇଛି ।
∴ ଦତ୍ତ ସମୀକରଣର ଲେଖଚିତ୍ର ପାଇଁ ତିନୋଟି ବିନ୍ଦୁର ସ୍ଥାନାଙ୍କ (2, 1), (- 2, – 1) ଏବଂ (4, 2) ।


(iv) x + 2y – 4 = 0 ⇒ 2y = 4 – x
⇒ y = $$ \frac{1}{2} $$ (4 – x)

x 0 4 2
y 2 0 1

‘x’ର ଏକ ନିର୍ଦ୍ଦିଷ୍ଟ ମାନପାଇଁ yର ଆନୁସଙ୍ଗିକ ମାନ ସାରଣୀରେ ନିର୍ଣ୍ଣୟ କରାଯାଇଛି ।
∴ ଦତ୍ତ ସମୀକରଣର ଲେଖଚିତ୍ର ପାଇଁ ତିନୋଟି ବିନ୍ଦୁର ସ୍ଥାନାଙ୍କ (0, 2), (4, 0) ଏବଂ (2, 1) ।


(v) x – 2y – 4 = 0 ⇒ x – 4 = 2y
⇒ y = $$ \frac{1}{2} $$ (x – 4)

x 0 4 2
y -2 0 -1

‘x’ର ଏକ ନିର୍ଦ୍ଦିଷ୍ଟ ମାନପାଇଁ yର ଆନୁସଙ୍ଗିକ ମାନ ସାରଣୀରେ ନିର୍ଣ୍ଣୟ କରାଯାଇଛି ।
∴ ଦତ୍ତ ସମୀକରଣର ଲେଖଚିତ୍ର ପାଇଁ ତିନୋଟି ବିନ୍ଦୁର ସ୍ଥାନାଙ୍କ (0, -2), (4, 0) ଏବଂ (2, -1) ।


(vi) 2x – y + 4 = 0 ⇒ 2x + 4 = y
⇒ y = 2x + 4

x -2 0 1
y 0 4 6

‘x’ର ଏକ ନିର୍ଦ୍ଦିଷ୍ଟ ମାନପାଇଁ yର ଆନୁସଙ୍ଗିକ ମାନ ସାରଣୀରେ ନିର୍ଣ୍ଣୟ କରାଯାଇଛି ।
∴ ଦତ୍ତ ସମୀକରଣର ଲେଖଚିତ୍ର ପାଇଁ ତିନୋଟି ବିନ୍ଦୁର ସ୍ଥାନାଙ୍କ (-2, 0), (0, 4) ଏବଂ (1, 6) ।

Question 4.
ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ସଂକ୍ଷିପ୍ତ ଉତ୍ତର ଆବଶ୍ୟକ ।

(i) kx + my + 4 = 0 ଓ 2x + y + 1 = 0 ସମୀକରଣଦ୍ଵୟ ଅସଙ୍ଗତ ହେଲେ k : m କେତେ ?
(ii) 2x + 3y – 5 = 0 ଓ 7x – 6y – 1 = 0 ସହସମୀକରଣଦ୍ୱୟର ସମାଧାନ (1, ß) ହେଲେ ßର ମୂଲ୍ୟ କେତେ ?
(ii) ‘t’ ର କେଉଁ ମାନ ପାଇଁ (1, 1), ସମୀକରଣ 3x + ty – 6 = 0 ଅନ୍ୟ ଏକ ସମାଧାନ ହେବ ?
(iv) ‘t’ ର କେଉଁ ମାନ ପାଇଁ (1, 1), tx – 2y – 10 = 0 ର ଅନ୍ୟତମ ସମାଧାନ ହେବ ?
(v) ‘t’ର କେଉଁ ମାନ ପାଇଁ tx + 2y = 0 ଓ 3x + ty = 0 ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ସମ୍ଭବ ?
(vi) ଦର୍ଶାଅ ଯେ, 6x – 3y + 10 = 0 ଓ 2x – y + 9 = 0 ସହସମୀକରଣଦ୍ଵୟର ସମାଧାନ ଅସମ୍ଭବ।
(vi) ଦର୍ଶାଅ ଯେ, 2x + 5y = 17 ଏବଂ 5x + 3y = 14 ସହସମୀକରଣଦ୍ଵୟ ସଙ୍ଗୀତ ଓ ସ୍ୱତନ୍ତ୍ର ।
(viii) ଦର୍ଶାଅ ଯେ, 3x – 5y – 10 = 0 ଏବଂ 6x – 10y = 20 ସହସମୀକରଣଦ୍ୱୟର ଅସଂଖ୍ୟ ସମାଧାନ ରହିଛି ।

ସମାଧାନ :
(i) kx + my + 4 = 0 ଏବଂ 2x + y + 1 = 0
ସମୀକରଣଦ୍ୱୟରେ a1 = k, b1 = m, c1 = 4 ଏବଂ a2 = 2, b2 = 1, c1 = 1
ଏଠାରେ ସମୀକରଣ ଦ୍ଵୟ ଅସଙ୍ଗତ ହେବାର ସର୍ତ୍ତ ,$$ \therefore \frac{a_1}{a_2} = \frac{b_1}{b_2} ≠ \frac{c_1}{c_2} $$
$$ \therefore \frac{k}{2}=\frac{m}{1} ≠\frac{4}{1} ⇒ \frac{k}{m}=\frac{2}{1} $$

∴ ନିଶ୍ଚେୟ ଅନୁପାତ k:m = 2:1


(ii) 2x + 3y – 5 = 0 8 7x – 6y – 1 = 0 ସମୀକରଣଦ୍ଵୟ ସମାଧାନ (1, ß)


ଏଠାରେ ‘x’ର ମାନ 1 ଓ yର ମାନ ‘ß’ ପାଇଁ ସମୀକରଣଦ୍ଵୟ ସିଦ୍ଧ ହେବ ।

∴ 2(1) + 3(B) −5 = 0 ⇒ 2 + 3ß – 5 = 0
$$ 3ß - 3 = 0 ⇒ ß = \frac{3}{3} = 1 ⇒ ß = 1 $$

∴ ß ର ମୂଲ୍ୟ 1 ପାଇଁ ସହସମୀକରଣର ସମାଧାନ (1, ß) ହେବ ।


(iii) ଦତ୍ତ ସମୀକରଣ 3x + ty – 6 = 0 ର ଏକ ସମାଧାନ (1, 1) ହେଲେ
x = 1 ଓ y = 1 ପାଇଁ ସମୀକରଣଦ୍ଵୟ ସିଦ୍ଧ ହେବ ।
∴ 3(1) + t (1) – 6 = 0 ⇒ 3 + t – 6 = 0 ⇒ t – 3 = 0 ⇒ t = 3

∴ ର ମୂଲ୍ୟ 3 ପାଇଁ (1, 1), ସମୀକରଣ 3x + ty – 6 = )ର ଏକ ସମାଧାନ ହେବ ।


(iv) ଦର ସମୀକରଣ tx – 2y – 10 = 0 ର ସମାଧାନ (1,1) ହେଲେ,
x = 1 ଓ y = 1 ପାଇଁ ସମୀକରଣଦ୍ଵୟ ସିଦ୍ଧ ହେବ ।
∴ t(1) – 2(1) – 10 = 0 ⇒ t – 2 – 10 = 0 ⇒ t – 12 = 0 ⇒ t = 12

∴ t ର ମାନ 12 ପାଇଁ (1, 1), ଦତ୍ତ ସମୀକରଣର ଏକ ସମାଧାନ ହେବ ।


(v) tx + 2y = 0 ଓ 3x + ty = 0
ସହସମୀକରଣଦ୍ଵୟର ଅସଂଖ୍ୟ ସମାଧାନ ସମ୍ଭବ ହେବାର ସର୍ତ୍ତ

$$ \therefore \frac{a_1}{a_2} = \frac{b_1}{b_2} $$

$$ \therefore \frac{t}{3} = \frac{2}{t}⇒ t² = 6 ⇒ t = ±√6 $$


∴ t ର ମାନ ±√6 ପାଇଁ ସହସମୀକରଣ ଦ୍ଵୟର ଅସଂଖ୍ୟ ମାନ ସମ୍ଭବ ।


(vi) 6x - 3y + 10 = 0 ଓ 2x - y + 9 = 0

a1 = 6 ,b1 = -3 , c1 = 10 ,a2 = 2 ,b2 = -1 ,c2 = 9


$$ \therefore \frac{a_1}{a_2} = \frac{6}{2} ={3}, \frac{b_1}{b_2} \frac{-3}{-1}={3}, \frac{c_1}{c_2} = \frac{10}{9} $$
ଏଠାରେ ଲକ୍ଷ୍ୟକର ଯେ $$ \therefore \frac{a_1}{a_2} = \frac{b_1}{b_2} ≠ \frac{c_1}{c_2} $$
∴ ସହସମୀକରଣ ଦ୍ଵୟର ସମାଧାନ ଅସମ୍ଭବ



(vii) 2x + 5y = 17 ⇒ 2x + 5y – 17 = 0….. ..(1)
5x + 3y = 14 ⇒ 5x + 3y – 14 = 0………(2)
ସମୀକରଣ (1) ଓ (2) ରୁ a1 = 2, b1 = 5, c1 = – 17 ଓ a2 = 5, b2 = 3, c2 = – 14

$$ \therefore \frac{a_1}{a_2} = \frac{2}{5} , \frac{b_1}{b_2} = \frac{5}{3}, \frac{c_1}{c_2} = \frac{-17}{-14}= \frac{17}{14} $$ ଏଠାରେ ଲକ୍ଷ୍ୟ କର ଯେ

$$ \therefore \frac{a_1}{a_2} ≠ \frac{b_1}{b_2} $$

∴ ସହସମୀକରଣ ଦ୍ଵୟ ସଙ୍ଗତ ଓ ସ୍ୱତନ୍ତ୍ର

(viii) 3x – 5y – 10 = 0;
6x – 10y = 20 ⇒ 6x – 10y – 20 = 0 ସମୀକରଣ (1) ଓ (2) ରୁ a1 = 3, b1 = -5, c1 = – 10 ଓ a2 = 6, b2 = -10, c2 = – 20
$$ \therefore \frac{a_1}{a_2} = \frac{3}{6}=\frac{1}{2}, \frac{b_1}{b_2} = \frac{-5}{-10}, \frac{c_1}{c_2} = \frac{-10}{-20}=\frac{1}{2} $$
ଏଠାରେ ଲକ୍ଷ୍ୟ କର ଯେ $$ \therefore \frac{a_1}{a_2} = \frac{b_1}{b_2} = \frac{c_1}{c_2} $$

Question 5. ଲେଖଚିତ୍ର ଅଙ୍କନ କରି ନିମ୍ନଲିଖିତ ସହସମୀକରଣଦ୍ଵୟର ସମାଧାନ କର ।

(i) x + y – 4 = 0 ଓ x − y = 0
(i) x − y = 0 ଓ x + y – 2 = 0
(iii) x + y = 0 ଓ – x + Y – 2 = 0
(iv) 2x + y − 3 = 0 6 x + y − 2 = 0
(v) 3x + y + 2 = 0 ଓ 2x + y + 1 = 0
(vi) x + 2y + 3 = 0 ଓ 2x + y + 3 = 0
(vii) 2x + y = 6 = 0 ଓ 2x − y + 2 = 0
(viii)x + y − 1 = 0 ଓ 2x + y − 8 = 0
(ix) 3x + y – 11 = 0 ଓ x – y – 1 = 0
(x) 2x – 3y – 5 = 0 ଓ – 4x + 6y – 3 = 0
(xi) 2x + y + 2 = 0 ଓ 4x – y – 8 = 0
(xii) 3x + 4y – 7 = 0 ଓ 5x + 2y – 7 = 0

ସମାଧାନ :
(i) ଦୁଇ ଅଜ୍ଞାତ ରାଶିବିଶିଷ୍ଟ ଏକଘାତୀ ସମୀକରଣରେ y ର ମାନକୁ x ମାଧ୍ୟମରେ ପ୍ରକାଶ କର ।
(ii) ‘x’ର ଏକ ନିର୍ଦ୍ଦିଷ୍ଟ ମାନକୁ ନେଇ ‘y’ର ଆନୁସଙ୍ଗିକ ମାନ ସ୍ଥିର କର । ଅତି କମ୍‌ରେ ତିନିଯୋଡା ମାନ ସ୍ଥିର କରିବାକୁ ହେବ ।
(iii) ପରବର୍ତୀ ସମୟରେ ତିନିଯୋଡା ମାନକୁ ନେଇ $$ R^2 $$ ସମତଳରେ ତିନୋଟି ବିନ୍ଦୁ ସ୍ଥାପନ କର ।
(iv) ଏକ ଲେଖଚିତ୍ର (ସରଳରେଖା) ଅଙ୍କନ କର ।

(i) x+y-4= 0 ........(i)
⇒ y=4-x


x y
0 4
1 3
2 2

କ୍ରମିତ ଯୋଡ଼ିମାନ (0, 4), (1, 3) ଏବଂ (2, 2)
ପୁନଶ୍ଚ x-y=0.........(ii)
⇒x=y ⇒ y = x


x y
0 0
1 1
2 2

କ୍ରମିତ ଯୋଡ଼ିମାନ (0, 0), (1, 1) ଓ (2, 2) ।
ଲେଖଚିତ୍ରରୁ L1, ∩ L2 = {(2, 2)}
∴ ଆବଶ୍ୟକୀୟ ସମାଧାନ (x, y) = (2, 2)


(ii) x-y=0.....(i)
⇒ y = x


x y
0 0
1 1
2 2

କ୍ରମିତ ଯୋଡ଼ିମାନ (0,0), (1,1) ଏବଂ (2,2)
x+y-2=0.....(ii)
⇒y=2-x

x y
0 2
1 1
2 0

କ୍ରମିତ ଯୋଡ଼ିମାନ (0, 2), (1, 1) ଏବଂ (2,0)
ଲେଖଚିତ୍ରରୁ L1, ∩ L2= {(1, 1)}
... ଆବଶ୍ୟକୀୟ ସମାଧାନ (x, y) = (1, 1)

(iii) x + y = 0 ....... (i) ⇒ y=-x

x y
1 -1
-2 2
2 -2

କ୍ରମିତ ଯୋଡ଼ିମାନ (1,-1), (-2, 2) ଓ (2, -2)
-x+y-2=0...... (ii) ⇒ y = x + 2

x y
0 2
-2 0
1 3

କ୍ରମିତ ଯୋଡ଼ିମାନ (0, 2), (-2, 0) ଓ (1, 3)
ଲେଖଚିତ୍ରରୁ L1, ∩ L2= (- 1, 1)
... ଆବଶ୍ୟକୀୟ ସମାଧାନ (x, y) = (-- 1, 1) |

(iv) 2x+y-3=0
⇒ y = 3 - 2x ... (i)

x y
0 3
1 1
3 -3

କ୍ରମିତ ଯୋଡ଼ିମାନ (0, 3), (1, 1) ଓ (3, -3)
ପୁନଶ୍ଚ, x+y - 2 = 0
⇒ y = 2 - x ... (ii)


x y
0 2
1 1
2 0




କ୍ରମିତ ଯୋଡ଼ିମାନ (0, 2), (1, 1) ଓ (2, 0)
ଲେଖଚିତ୍ରରୁ L1, ∩ L2= {(1, 1)}
... ଆବଶ୍ୟକୀୟ ସମାଧାନ (x, y) = (1, 1)


(v) 3x + y +2=0 ⇒ y = -3x - 2 ......(i)

x y
0 -2
-1 1
-2 4


ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ
(0, -2) (-1, 1) ଓ (-2, 4)
2x+y+1=0 ⇒ y = -2x - 1 ......(ii)


x y
0 -1
-1 1
1 -3





ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(0,-1) (-1, 1) ଓ (1, -3)
L1, ∩ L2 = {(-1, 1)}
∴ ସାଧାରଣ ସମାଧାନ (x, y) = (-1, 1)


(vi) x+2y+3=0 ⇒ 2y = -x - 3
⇒ y = - ½ (x + 3) ... (i)

x y
1 -2
-1 -1
-3 -3

ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ
(1, -2) (-1, -1) ଓ (3, -3)
ପୁନଶ୍ଚ, 2x + y + 3 = 0
⇒ y = -(2x + 3) ... (ii)

x y
-1 -1
0 -3
-2 -1




ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(-1, -1) (0, -3) ଓ (-2, 1)
ଲେଖଚିତ୍ରରୁ L1, ∩ L2 = {(-1, -1)}
∴ ସାଧାରଣ ସମାଧାନ (x, y) = (-1,-1)
(vii) 2x + y - 6 = 0 ⇒ y = 6 - 2x ... (i)


x y
1 4
2 2
3 0


ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ (1, 4) (2, 2) ଓ (3, 0)
2x – y + 2=0 => y = 2x + 2 ... (ii)


x y
0 2
1 4
-1 0




ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(0, 2) (1, 4) ଓ (-1, 0)
ଲେଖଚିତ୍ରରୁ L1, ∩ L2 = {(1, 4)}
∴ ସାଧାରଣ ସମାଧାନ (x, y) = (1, 4)

(viii) x + y – 1=0 ⇒ y = 1 – x ... (i)

x y
0 1
-7 -6
-2 3

ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ
(0, 1) (7, – 6) ଓ (-2, 3)
2x + y – 8 = 0 ⇒ y = 8 – 2x ... (ii)

x y
7 -6
1 6
2 4


ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(7, – 6) (1, 6) ଓ (2, 4)
ଲେଖଚିତ୍ରରୁ L1, ∩ L2 = {(7, – 6)}
∴ ସାଧାରଣ ସମାଧାନ (x, y) = (7, – 6)


(ix) 3x + y – 11 = 0 ⇒ y = 11 – 3x ... (i)

x y
3 2
2 5
4 -1

ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ
(3, 2) (2, 5) ଓ (4, -1)
x - y - 1 = 0 ⇒ y = x - 1 ... (ii)

x y
3 2
2 1
0 -1



ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(3, 2) (2, 1) ଓ (0,-1)
ଲେଖଚିତ୍ରରୁL1, ∩ L2 = {(3, 2)}
∴ ସାଧାରଣ ସମାଧାନ (x, y) = (3, 2)

(x) 2x – 3y – 5 = 0 ... (1)
ଏଠାରେ a1 = 2,b1 = − 3, c1 = − 5
-4x+6y-3= 0 ... (2)
ଏଠାରେ a2 = - 4, b2 = 6 , c2 = − 3





$$ \therefore \frac{a_1}{a_2} = \frac{b_1}{b_2} ≠ \frac{c_1}{c_2} $$

⇒ ସହ ସମୀକରଣଦ୍ଵୟ ଅସଙ୍ଗତ,
ତେଣୁ ସମାଧାନ ଅସମ୍ଭବ ।
(xi) 2x+y+2=0 ⇒ y = -2-2x ... (i)

x y
0 -2
1 -4
-2 2

ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ
(0, -2), (1, -4) ଓ (-2, 2)
4x - y - 8 = 0 ⇒ y = 4x - 8 ....(ii)

x y
1 -4
2 0
3 4



ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(1, -4), (2, 0) ଓ (3, 4)
ଲେଖଚିତ୍ରରୁ L1, ∩ L2 = {(1, - 4)}
∴ ଆବଶ୍ୟକ ସମାଧାନ (x, y) = (1, -4)


(xii) 3x + 4y - 7 = 0 ⇒ 4y = 7 - 3x
⇒ y =(7 - 3x) ... (i)

x y
1 1
5 -2
-3 4

ସମୀକରଣ (i)ରୁ କ୍ରମିତ ଯୋଡ଼ିମାନ
(1, 1), (5, -2) ଓ (-3, 4)
5x + 2y - 7 = 0 ⇒ 2y = 7 - 5x
⇒$$ y = \frac{1}{4}(7 - 5x) $$ ... (ii)
x y
1 1
3 -4
-1 6


ସମୀକରଣ (ii)ରୁ କ୍ରମିତ ଯୋଡ଼ିମାନ
(1, 1), (3, -4) ଓ (-1, 6)
ଲେଖଚିତ୍ରରୁ L1, ∩ L2 = {(1, 1)}
∴ ଆବଶ୍ୟକ ସମାଧାନ (x, y) = (1, 1)